ହେମନ୍ତ ସୋରେନଙ୍କୁ ଜୀବନରେ ମାରିଦେବାକୁ ଧମକ

ରାଞ୍ଚି : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଇଛି। ମେଲ ପଠାଇ ତାଙ୍କୁ ଏହି ଧମକ ଦିଆଯାଇଥିବା ଜଣାପଡିଛି। ମେଲରେ ସୋରେନଙ୍କୁ ଧମକ ଦେଇ କୁହାଯାଇଛି ଯେ, ଯଦି ସେ ନ ସୁଧୁରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ଧମକ ପ୍ରକାଶ ପାଇବା ପରେ ରାଜ୍ୟର ପ୍ରଶାସନିକ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ସମଗ୍ର ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ସିଆଇଟିକୁ ଇ-ମେଲ ପଠାଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ସିଆଇଡି ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ ରାଞ୍ଚିର ସାଇବର ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

Comments are closed.