ଟ୍ରଲରକୁ ଧକ୍କା ଦେଲା ବସ୍ : ୧୧ ମୃତ ୨୫ରୁ ଅଧିକ ଆହତ

ରାଞ୍ଚି : ଝାଡ଼ଖଣ୍ଡର ହଜାରିବାଗ୍‍ ଜିଲ୍ଲା ଅନ୍ତର୍ଗତ ଚୌପାରଣ ଦନୁଆ ଘାଟି ନିକଟରେ ସୋମବାର ଭୋର୍‍ ସମୟରେ ଏକ ସଡ଼କ ଦୁର୍ଘଟଣାରେ ୧୧ ଜଣ ଲୋକ ପ୍ରାଣ ହରାଇବା ସହ ୨୫ରୁ ଅଧିକ ଆହତ ହୋଇଛନ୍ତି । ରାଞ୍ଚିରୁୁ ଗୟା ଯାଉଥିବା ଏକ ବସ୍‍ ଭୋର୍‍ ପ୍ରାୟ ୩ଟା ସମୟରେ ରଡ୍‍ ବୋଝେଇ ଏକ ଟ୍ରଲରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସମସ୍ତ ଆହତମାନଙ୍କୁ ଚୌପାରଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏହି ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ହଜାରୀବାଗ ପୁଲିସ କମିଶନର ରବିଶଙ୍କର ଶୁକ୍ଳା ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି।

 

Comments are closed.