ପୁଣି ଜେଲ ଗଲା ରାକେଶ, ଆଜି ଝରାଫୁଲ ମୃତ୍ୟୁ ଘଟଣାର ରହସ୍ୟ ଖୋଲିପାରେ ପୁଲିସ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦିନକୁ ଦିନ ପୁଲିସ ଅଧିକ ତଥ୍ୟ ହାସଲ କରୁଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶକୁ କୋର୍ଟ ପୁଣି ଜେଲକୁ ପଠାଇ ଦେଇଛନ୍ତି। ଗତକାଲି ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟ ପୁଣି ରାକେଶଙ୍କୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ ଗତକାଲି ପୁଲିସ ରାକେଶ ସହ ତାର ଭାଇ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଜେରା କରିଥିଲା।

ଇତି ମଧ୍ୟରେ ପୁଲିସ ରାକେଶର ମୋବାଇଲ ଫୋନ ଜବତ କରିଥିବା ଜଣାପଡିଛି। ପୂର୍ବରୁ ଝରାଫୁଲ ନାଏକଙ୍କ ମୃତ ଦେହ ଯେଉଁ ସ୍କୁଟିରେ ନିଆଯାଇଥିଲା, ସେହି ସ୍କୁଟିକୁ ଭୁବନେଶ୍ୱରରୁ ପୁଲିସ ଜବତ କରିବା ସହ ଘଟଣା ଦିନ ରାକେଶ ପିନ୍ଧିଥିବା ପ୍ୟାଣ୍ଟ ଓ ସାର୍ଟ ପୁଲିସ କରିଛି। ଝରାଫୁଲଙ୍କ ମୃତ୍ୟୁକୁ ୯ ଦିନ ବିତି ଥିଲେ ମଧ୍ୟ ରାକେଶର ସହଯୋଗୀ ଶକ୍ତି ଶେଖର ସ୍ୱାଇଁ ଓରଫ ଶେଖରକୁ ଧରିବାରେ ପୁଲିସକୁ ସଫଳତା ମିଳିପାରିନାହିଁ। ଘଟଣାରେ ଝରାଫୁଲଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୁଣି ଥରେ ରାକେଶକୁ ରିମାଣ୍ଡରେ ନେବାପାଇଁ ପୋଲିସ ଆବେଦନ କରିପାରେ।

ଅନ୍ୟପାଖରେ ଗତ ୩ ଦିନ ହେବ ରାକେଶଙ୍କୁ ପଚରାଉଚୁରା ସହ ଘଟଣାର ତଦନ୍ତ ପ୍ରକ୍ରିୟା ଜୋରଦାର କରିଥିବାରୁ ଆଜି ରହସ୍ୟ ଉନ୍ମୋଚନ କରିବା ସମ୍ଭାବନା ରହିଛି।

Comments are closed.