ଭୁଶୁଡିଲା ପରିତ୍ୟକ୍ତ କୋଠା – ୪ଗୁରୁତର ଅବସ୍ଥାରେ ଉଦ୍ଧାର, ଫସିରହିଛନ୍ତି ଜଣେ ନାବାଳକ

ଜୟପୁର :  ଜୟପୁର ବ୍ଲକ ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ବାସଭବନ ଛାତ ଭୁଶୁଡ଼ି ପଡ଼ିବାରୁ ପାଞ୍ଚଜଣ ଗୁରୁତର ହୋଇଥିବା ଜଣା ପଡିଛି। ପାଞ୍ଚଜଣ ଗୁରୁତର ନିତୁଖରା, ରଶ୍ମିତା ଖରା,ନିତୁ ବାଘ, ଆସେର ଖରା,ଦର୍ଜାମଣୀ ବାଘ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ,  ଶୁକ୍ରବାର ସନ୍ଧ୍ୟାରେ ନିତୁଖରା, ରଶ୍ମିତା ଖରା, ନିତୁ ବାଘ, ଆସେର ଖରା, ଦର୍ଜାମଣୀ ବାଘ ଏକ ପରିତ୍ୟକ୍ତ ଘର କାନ୍ଥରୁ ଇଟା ବାହାର କରୁଥିଲେ। ଇଟା ବାହାର କରୁଥିବା ସମୟରେ ଭାର ସହି ନ ପାରି ହଠାତ ଛାତଟି ଭୁଶୁଡ଼ି ପଡିଥିଲା। ଘଟଣା ସ୍ଥଳରେ ୫ଜଣ ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୁଲିସ, ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରିଥିଲାବେଳେ ଆଉ ଜଣେ ନାବାଳକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି।  ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

 

 

Comments are closed.