ଜୟପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ ଟୀକାକରଣ ୱେବିନାର ଆୟୋଜିତ

କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଜୟପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ ୧୯ ଟୀକାକରଣ ଅଭିଯାନ ଶୀର୍ଷକ ୱେବିନାର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶେଷ କରି କୋଭିଡ ଟୀକା ନେବାକୁ ନେଇ ଚାଲିଥିବା ବିଭିନ୍ନ ଗୁଜବ ଓ ଅପପ୍ରଚାରକୁ ବିଶ୍ୱାସ ନ କରିବା ଏବଂ ଟୀକାର ଗୁରୁତ୍ୱ ତଥା ଆବଶ୍ୟକତା ନେଇ ଲୋକଙ୍କ ମନ ଭିତରେ ଡାକ୍ତରମାନେ ଆଶା ସଂଚାର କରାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ଓ ଡାକ୍ତର ଦୁର୍ଗା ପ୍ରସାଦ ରାଜ ଏବଂ ଡାକ୍ତର ଊକ୍ସ ନିହାର ରଞ୍ଜନ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟୀକାର ଉପାଦେୟତା ତଥା ଟୀକାକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱରେ ନ ପଡି ନିର୍ଭୟରେ ଟୀକା ନେବା ଲାଗି ଲୋକଙ୍କୁ ପରାମର୍ଶ ଦେଇଥିଲେ। ସେମାନେ କହିଥିଲେ ଯେ ପୂର୍ବବତ କୋଭିଡ ନିୟମାବଳୀ ପାଳନ କରିବା ଆବଶ୍ୟକ।

ଅନ୍ୟମାନଙ୍କ ମଧ୍ୟ୍ୟରେ ଭୁବନେଶ୍ୱର ସ୍ଥିତ ଓଡିଶା ପତ୍ର ସୂଚନା କାର୍ଯ୍ୟାଳୟ ତଥା ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ମୁଖ୍ୟ ଶୈଲେସ କୁମାର ମାଲଭିଅ ଏବଂ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀମାନେ ସକ୍ରିୟ ଯୋଗ ଦାନ କରିଥିଲେ। ପରିଶେଷରେ ଅଂଶଗ୍ରହଣକାରୀଙ୍କ ଟୀକା ସମ୍ପର୍କୀୟ ସନ୍ଦେହ ଓ ଭୟକୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଦୂର କରାଯାଇଥିଲା ବୋଲି ଜୟପୁର କ୍ଷେତ୍ର ଜନସମ୍ପର୍କ କାର୍ୟ୍ୟାଳୟର ସହାୟକ ନିର୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମଟିକୁ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ।

Comments are closed.