ମହିଳାଙ୍କ ଠାରୁ ଅଳଙ୍କାର ଲୁଟ୍ ଅଭିଯୋଗ

0

ରାଉରକେଲା: ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ବିଶ୍ରା ଡ଼ାହାର ରୋଡ ଠାରେ ଥିବା ସତସଙ୍ଗ କେନ୍ଦ୍ର ନିକଟରୁ ଜଣେ ମହିଳାଙ୍କ ସୁନା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକରିଣୀ ହେଉଛନ୍ତି ରାଜକୁମାରୀ ମିତ୍ତଲ(୫୦) । ସେ ଉଦିତନଗର ବାସିନ୍ଦା ବୋଲି କୁହାଯାଉଛି। ଶୁକ୍ରବାର ସକାଳୁ ମିତ୍ତଲ ସତସଙ୍ଗ କେନ୍ଦକୁ ଆସୁଥିବା ବେଳେ ୨ଜଣ ଦୁର୍ବୃତ ଅଭିନବ ଉପାୟରେ ତାଙ୍କ ଠାରୁ ଗୋଟିଏ ସୁନା ଚେନ,୨ଟି ସୁନା ଚୁଡି ଓ ୨ଟି ସୁନା ମୁଦି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply