ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀଙ୍କ ଘରୁ ଚୋରି

0

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ପି ମଣ୍ଡଳଙ୍କ ମାଧେପୁରାସ୍ଥିତ ବାସଭବନରୁ ଶୁକ୍ରବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଚୋରମାନେ ୫ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ୫୦ହଜାର ଟଙ୍କା ଚୋରି କରିନେଇଥିବା ପୁଲିସରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି। ମଣ୍ଡଳ ୧୯୬୮ରେ ମାତ୍ର ମାସକ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଚାକିରିରେ ସଂରକ୍ଷଣ ପାଇଁ ଗଠିତ ମଣ୍ଡଳ ଆୟୋଗର ଅଧ୍ୟକ୍ଷ ଥିଲେ। ୧୯୮୨ରେ ତାଙ୍କର ପରଲୋକ ହୋଇଥିଲା। ମଣ୍ଡଳଙ୍କ ପୁଅ ମନୀନ୍ଦ୍ର ହେଉଛନ୍ତି ପୂର୍ବତନ ଜେଡି(ୟୁ) ବିଧାୟକ। ତାଙ୍କ କହିବାନୁସାରେ ଚୋରମାନେ ଅଳଙ୍କାର ଓ ଟଙ୍କା ସହିତ ଲାପଟପ୍‍, ମୋବାଇଲ ଫୋନ୍‍, ଲୁଗାପଟା ଓ ବାସନ ମଧ୍ୟ ନେଇଯାଇଛନ୍ତି। ପରିବାରବର୍ଗ ଘରେ ଅନୁପସ୍ଥିତ ଥିବା ସମୟରେ ଏହି ଚୋରି ହୋଇଛି। ତେବେ ଏହି ଘଟଣାରେ ପୁଲିସ ତ୍ୱରିତ ପଦକ୍ଷେପ ନେଇ ତିନିଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ସାମଗ୍ରୀର ୮୦ପ୍ରତିଶତ ଉଦ୍ଧାର ହୋଇଛି।

Leave A Reply