୫ ବର୍ଷ ଧରି ବନ୍ଦ ଥିବା ଗହଣା ଦୋକାନରୁ ୧୪୦ କୋଟି ଟଙ୍କାର ଚୋରି

0

କାନପୁର . – କାନପୁର ପୂର୍ବରେ ଥିବା ଏକ ଗହଣା ଦୋକାନରୁ ୧୪୦ କୋଟି ଟଙ୍କାର ସୁନା , ରୂପା ଓ ହୀରା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସମାନ ଅଂଶଧନ ଦାବିରେ ଏହାର ଦୁଇଜଣ ଅଂଶୀଦାରଙ୍କ ମଧ୍ୟରେର ବିବାଦ ହୋଇଥିଲା । ଏହାପରେ ମାମଲା ଅଦାଲତକୁ ଯାଇଥିଲା । ୫ ବର୍ଷ ତଳେ ଦୁଇ ମାଲିକଙ୍କ ଉପସ୍ଥିତିରେ ଦୋକାନରେ ତାଲା ପଡିଥିଲା। ୫ ବର୍ଷ ପରେ ଅଦାଲତଙ୍କ ନିର୍ଦେଶ ପରେ ଦୋକାନର ତାଲା ଖୋଲିବା ବେଳେକୁ ଦୋକାନରୁ  ୧୦୦ କିଲୋ ସୁନା, ୫୦୦ କିଲୋ ରୂପା ଓ ୧୦,୦୦୦ କ୍ୟାରେଟ୍‌ ହୀରା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁଇ ଅଂଶୀଦାରଙ୍କ ସହ ପୁଲିସ ଉପସ୍ଥିତିରେ ଏହି ଦୋକାନକୁ ଖୋଲାଯାଇଥିଲା । ଏହାର ଜଣେ ଅଂଶୀଦାର ଅନ୍ୟଜଣ ଅଂଶୀଦାର ଏହି ଚୋରି କରିଥିବା ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ଦୋକାନରେ ଲାଗିଥିବା ସିସିଟିଭି ଓ ଆଖପାଖ ଦୋକାନମାନଙ୍କରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ କରାଯ।ଉଥିବା କାନପୁର ପୂର୍ବର ଏସ୍‌ପି ରାଜକୁମାର ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ଦୋକାନ ବନ୍ଦ ଥିବା ସମୟରେ ଏହି ଚୋରି କରାଯାଇଥିବା ଅଭିଯୋଗ ହୋଇଛି ।

Leave A Reply