ଅର୍ଥ ମନ୍ତ୍ରଣାଳୟକୁ ଫେରିଲେ ଅରୁଣ ଜେଟ୍‍ଲୀ

0

ନୂଆଦିଲ୍ଲୀ :  କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‍ଲୀ ଗୁରୁବାର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି । ପ୍ରାୟ ୩ ମାସର ବ୍ୟବଧାନ ପରେ ସେ ପୁଣି ନିଜର ପୁରୁଣା ମନ୍ତ୍ରଣାଳୟରେ ଯୋଗ ଦେଇଛନ୍ତି। ପୂର୍ବରୁ ଏ ସମ୍ପର୍କରେ ରାଷ୍ଟ୍ରପତିଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଗତ ମେ’ ମାସ ୧୪ତାରିଖ ଦିନ ଶ୍ରୀ ଜେଟ୍‍ଲୀଙ୍କର କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଥିଲା। ସେଥିଲାଗି ତାଙ୍କ ନିକଟରେ ଥିବା ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ଅସ୍ଥାୟୀ ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ହସ୍ତାନ୍ତର କରାଯାଇଥିଲା।

Leave A Reply