ପରିଚାଳନା ତ୍ରୁଟି ଯୋଗୁଁ ୧୦ଟି ଉଡାଣ ବାତିଲ କଲା ଜେଟ୍ ଏୟାରଓ୍ୱେଜ

ନୂଆଦିଲ୍ଲୀ ..—ପରିଚାଳନାଗତ ତ୍ରୁଟି ଯୋଗୁଁ ଜେଟ୍ ଏୟାରଓ୍ୱେଜ୍ ୧୦ଟି ଉଡାଣ ବାତିଲ କରିଛି । ଏଥିଯୋଗୁଁ ଯାତ୍ରୀମାନଙ୍କୁ ଆବଶ୍ୟକୀୟ ରହଣି ଯୋଗାଇ ଦେବା ସହ ନିୟମ ଅନୁସାରେ ଅର୍ଥ ଫେରସ୍ତ କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
ଏବେ ଜେଟ୍ ଏୟାରଓ୍ୱେଜ୍ ଆର୍ଥିକ ସଙ୍କଟ ଭିତର ଦେଇ ଗତି କରୁଛି । ଗତ ସପ୍ତାହରେ ଆବଶ୍ୟକୀୟ ଅର୍ଥ ପୈଠ ନ କରିବାରୁ ଉଡାଣ ସଂସ୍ଥାର ୪ ଟି ବିମାନର ଉଡାଣ ପାଇଁ ଅନୁମତି ଦିଆଯାଇ ନଥିଲା । ଏହି ସମସ୍ତ ବିମାନ ମୁମ୍ବାଇ ବିମାନ ବନ୍ଦରରର ବୋଲି ଜଣା ପଡିଛି ।