କ୍ରୁଶବଦ୍ଧ ପରେ ବି ଜୀବିତ ଥିଲେ ଯୀଶୁ

ଜୁଦାହ ରାଜ୍ୟ ନାମ ଅନୁସାରେ ସେଠାକାର ବାସିନ୍ଦା “ଇହୁଦୀ” ଭାବେ ପରିଚିତ । ଯୀଶୁ ଖ୍ରୀଷ୍ଟ ଏବଂ ତାଙ୍କର ଶିଷ୍ୟମାନେ ଇସ୍ରାଏଲରେ ହଜିଥିବା ମେଣ୍ଢାକୁ ଖୋଜିଖୋଜି ସମଗ୍ର ଜୁଦାଇରେ ଗସପେଲ୍‍ ଶିକ୍ଷା ଦେଲେ । ସାଢେ ତିନି ବର୍ଷର ସେବାମୂଳକ କାର୍ୟ୍ୟ ପରେ, ଇହୁଦୀମାନେ ଯୀଶୁଙ୍କୁ ସେମାନଙ୍କର ମସିହା ଭାବେ ପ୍ରତ୍ୟାଖ୍ୟାନ କଲେ । ଯୀଶୁଖ୍ରୀଷ୍ଟଙ୍କ ଲୋକପ୍ରିୟତା ଯୋଗୁଁ ଇହୁଦୀମାନେ ଅନୁଭବ କରିଥିଲେ ଯେ ଯୀଶୁ ସେମାନଙ୍କ ଠାରୁ କ୍ଷମତା ଚଡାଇ ନେବେ । ଏହି ଭୟରେ ରୋମାନ ସରକାର ଯୀଶୁଙ୍କ କ୍ରୁଶବଦ୍ଧ କରିବା ପାଇଁ ସ୍ଥିର କରିଥିଲେ । ଷଡଯନ୍ତ୍ର କରି ରୋମାନ ସରକାର ଏକ ଶୁକ୍ରବାର ଦିନ ଯୀଶୁଙ୍କ କ୍ରୁଶବଦ୍ଧ କରିଥିଲେ । କିନ୍ତୁ କ୍ରୁଶବଦ୍ଧର ତିନି ଦିନ ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଜୀବନ୍ତ ଭାବେ ଦେଖା ଦେଲେ । ରୁଷିଆର ସ୍କାଲରକର ନିକୋଲାଇ ନୋଟୋବିଚ୍ ତାଙ୍କ ପୁସ୍ତକ ‘ଦ ଅନନୋନ ଲାଇଫ୍ ଅଫ୍ ଯୀଶୁ ଖ୍ରୀଷ୍ଟ’ ରେ ଏହା ଉଲ୍ଲେଖ କରିଛନ୍ତି ।

Comments are closed.