ଆଦର୍ଶର ମାର୍ଗଦର୍ଶକ ଯୀଶୁ

0

ଖ୍ରୀଷ୍ଟମାସର କାହାଣୀ ସୃଷ୍ଟି ଆରମ୍ଭରୁ ହୋଇଛି। ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ଅନେକ ମାତ୍ରାରେ ପଡିଥାଏ। ସେହି କାହାଣୀ ମାନବ ଜୀବନର ଶେଷ ପର୍ୟ୍ୟନ୍ତ ରହିଛି। ସମୟର ଆରମ୍ଭ ପୂର୍ବରୁ କୌଣସି ନକ୍ଷତ୍ରର ଆଲୋକ ପ୍ରକାଶ ହେବା ପୂର୍ବରୁ ପରତ୍ମାମା ପରମେଶ୍ବର ସେଠାରେ ଥିଲେ ଯେଉଁଠାରେ କିଛି ନ ଥିଲା। ପରମେଶ୍ବର ବ୍ରହ୍ମାଣ୍ଡର ରଚନା କରିଥିଲେ। ସେ ଶୁଖିଲା ସ୍ଥାନକୁ ସମୁଦ୍ରର ରୂପ ଦେଇଛନ୍ତି। ସୃଷ୍ଟି ସେ ପର୍ୟ୍ୟନ୍ତ ଅଟକି ରହିଥିଲା ଯେ ପର୍ୟ୍ୟନ୍ତ ପରମେଶ୍ବର ଆମ ଧରାପୃଷ୍ଠରେ ସ୍ବୟଂ ଜନ୍ମ ନେଇ ନ ଥିଲେ। ପରମେଶ୍ବର ନିଜର ଏପରି ଏକ ରୂପକୁ ଧରିତ୍ରୀ ନିକଟକୁ ପଠାଇଥିଲେ ଯାହାଙ୍କ ପାଖରେ ଜୀବନର ପ୍ରକୃତ ଲକ୍ଷ୍ୟ, କାର୍ୟ୍ୟ କରିବାର ସମସ୍ତ ଦକ୍ଷତା ପରିପୂର୍ଣ୍ଣ ହୋଇ ରହିଥିଲା।

ଈଶ୍ବରଙ୍କ ସୃଷ୍ଟିରେ ଏପରି ଜଣେ ବ୍ୟକ୍ତି ଧରାପୃଷ୍ଠକୁ ଆସିଥିଲେ ଯିଏ ସମସ୍ତଙ୍କୁ ଜୀବନର ଉଚିତ ମାର୍ଗଦର୍ଶନ କରାଇଥିଲେ। ଜୀବନର ପ୍ରକୃତ ଅର୍ଥ କ’ଣ ସମସ୍ତଙ୍କୁ ବୁଝାଇଥିଲେ। ପ୍ରାୟ ୨୦୦୦ବର୍ଷ ପୂର୍ବରୁ ଜେସେଫ ଓ ମେରିଙ୍କ ଠାରୁ ଜନ୍ମିତ ସନ୍ତାନ ସଂସାରରେ ସମସ୍ତଙ୍କୁ ଜୀବନର ଏକ ନୂତନ ଦିଗ ଦେଖାଇଥିଲେ। ଡିସେମ୍ବର ୨୫ ତାରିଖ ରାତିରେ ତାଙ୍କର ଜନ୍ମ ବେଳେ ଏକ ତାରା ଆକାଶରୁ ଖସିଥିଲା। ତାରା ଖସିବା ଦେଖି ଜନ୍ମିତ ଶିଶୁ ଭବିଷ୍ୟତରେ ଜଣେ ରାଜା ହୋଇପାରିବ ବୋଲି ସମସ୍ତେ କହିଥିଲେ। ସେହି ଶିଶୁଙ୍କ ନାମ ଯୀଶୁ ରଖାଯାଇଥିଲା। ଯୀଶୁ ଭବିଷ୍ୟତରେ ଜଣେ ରାଜା ହେବେ ଏହି କଥା ସେଠାକାର ରାଜା ଜାଣିବାକୁ ପାଇଥିଲେ। ପିଲା ଦିନରୁ ଯୀଶୁଙ୍କୁ ମାରିବାକୁ ସେ ଅନେକ ଥର ଚେଷ୍ଟା କରିଥିଲେ। ବାରମ୍ବାର ଚେଷ୍ଟା କରିବା ପରେ ରାଜା ଯୀଶୁଙ୍କୁ ମାରି ଥିଲେ। ଯୀଶୁ ବାଲ୍ୟାବସ୍ଥାରୁ ସମସ୍ତ ମାନବ ଓ ପ୍ରାଣୀଙ୍କୁ ଭଲ ପାଉଥିଲେ। ତାଙ୍କର ସେହି ଗୁଣ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା। ଜୀବନର ଶେଷ ପର୍ୟ୍ୟନ୍ତ ସେ ସମସ୍ତଙ୍କୁ ଜୀବନର ସଠିକ ମାର୍ଗ ଦେଖାଇବାକୁ ପଛାଇ ନଥିଲେ।। ସମସ୍ତେ ଯୀଶୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦେଖି ସେଠାକାର ରାଜା ତାଙ୍କୁ ଦୁଇ କାଠ ଫାଳିଆରେ ଟାଙ୍ଗି ଥିଲେ। ଏବଂ ଦୁଇ ହାତରେ କଣ୍ଟା ପିଟି ହତ୍ୟା କରିଥିଲେ। ମୃତ୍ୟୁ ପରେ ତାଙ୍କର ଆତ୍ମା ସ୍ବର୍ଗକୁ ଯାଇଥିଲା। ମୃତ୍ୟୁ ପରେ ମଧ୍ୟ ଲୋକମାନେ ତାଙ୍କ ଆଦର୍ଶରେ ଆଗକୁ ବଢିଥିଲେ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Leave A Reply