‘ଜର୍ସି’ ପ୍ରସ୍ତୁତିରେ ଶାହିଦ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ଶାହିଦ କପୁର ‘କବୀର ସିଂହ’ ପରେ ଏବେ ଆଉ ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଜର୍ସି’ର ରିମେକ୍‍ରେ ନଜର ଆସିବେ। ଏଥିରେ ସେ ଜଣେ କ୍ରିକେଟର୍‍ ଭୂମିକାରେ ଅଭିନୟ କରିବେ। ତେବେ ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଶାହିଦ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ଫଟୋରେ ଶାହିଦ ହାତରେ ବ୍ୟାଟ୍‍ ଧରି ଜଣେ କ୍ରିକେଟର ରୂପରେ ନଜର ଆସିଛନ୍ତି। ଏହି ଫଟୋ ସହ ସେ ଲେଖିଛନ୍ତି, ‘ଜର୍ସିର ପ୍ରସ୍ତୁତି ଆରମ୍ଭ’। ଗୌତମ ତିନ୍ନୌନୁରୀ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ନାନୀ ଓ ଶ୍ରଦ୍ଧା ଶ୍ରୀନାଥଙ୍କ ଅଭିନୀତ ‘ଜର୍ସି’ର ନିର୍ଦ୍ଦେଶନା ମଧ୍ୟ ସେ ହିଁ ଦେଇଥିଲେ। ଶାହିଦଙ୍କ ବିପକ୍ଷରେ ମୃଣାଳ ଠାକୁର ଏଥିରେ ନାୟିକା ଭୂମିକାରେ ନଜର ଆସିବେ।

ସୂଚନା ଅନୁସାରେ, ଶାହିଦ ଏହି ଚଳଚ୍ଚିତ୍ର ପାଇଁ ଖୁବ୍‍ ଅଭ୍ୟାସ କରୁଛନ୍ତି। ପରଦାରେ ଜଣେ କ୍ରିକେଟର ସାଜିବା ପାଇଁ ସେ ଲଗାତର କ୍ରିକେଟ୍‍ ସେଶନ୍‍ ଗୁଡ଼ିକରେ ଯୋଗ ଦେଉଛନ୍ତି। ଆସନ୍ତା ବର୍ଷ ୨୮ ଅଗଷ୍ଟରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

Comments are closed.