ଧାରାବାହିକର ଗୋଟିଏ ଏପିସୋଡ଼୍‍ ପାଇଁ କେତେ ଟଙ୍କା ନିଅନ୍ତି ଜେନିଫର୍‍ ?

ମୁମ୍ବଇ: ଜେନିଫର ୱିନ୍‍ଗେଟ୍‍ ହେଉଛନ୍ତି ହିନ୍ଦୀ ଧାରାବାହିକ ଜଗତର ସବୁଠୁ ଚର୍ଚ୍ଚିତ ଓ ଲୋକପ୍ରିୟ ଅଭିନେତ୍ରୀ। ନିଜ ସୁନ୍ଦର ଚେହେରା ଏବଂ ଦକ୍ଷ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ। ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଗ୍ରହଣ କରିଥିବା ଏହି ଅଭିନେତ୍ରୀ ଯେଉଁ ସିରିଏଲରେ ଅଭିନୟ କରନ୍ତି ତା’ର ଚାହିଦା ବଢ଼ିଯାଏ। ତେବେ କ’ଣ ଆପଣ ଜାଣନ୍ତି ସିରିଏଲରେ ଗୋଟିଏ ଏପିସୋଡ଼୍‍ ପାଇଁ କେତେ ଟଙ୍କା ନିଅନ୍ତି ଜେନିଫର?

ମିଳିଥିବା ସୂଚନା ଅନୁସାରେ, ଜେନିଫର ପୂର୍ବରୁ ୬୦ରୁ ୬୫ ହଜାର ଟଙ୍କା ପ୍ରତି ଏପିସୋଡକୁ ନେଉଥିଲେ। ଏବେ ସେ ତାଙ୍କ ଫିସ୍‌ ବଢ଼ାଇ ଗୋଟିଏ ଏପିସୋଡକୁ ୧ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି।

ଶିଶୁ କଳାକାର ଭାବେ ଅଭିନୟ ଦୁନିଆଁରେ ପାଦ ଦେଇଥିବା ଏହି ଅଭିନେତ୍ରୀଙ୍କୁ ପ୍ରଥମ ଥର ଫିଲ୍ମ ‘ଅକେଲେ ହମ ଅକେଲେ ତୁମ’ରେ ଦେଖିବାକୁ ମିଳିଥିଲା। ତା’ ପରେ ସେ ହିନ୍ଦୀ ଧାରାବାହିକରେ କାମ କରିବା ଆରମ୍ଭ କରିଦେଇଥିଲୋ ଟିଭି ଶୋ’ ‘ଦିଲ ମିଲ ଗଏ’ ତାଙ୍କୁ ଏକ ନୂଆ ପରିଚୟ ଆଣି ଦେଇଥିଲା। ଏବେ ସେ ସିରିଏଲ୍‍ ଜଗତର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ତାଙ୍କ ଅଭିନୀତ ବେହଦ, ସରସ୍ୱତୀ ଚନ୍ଦ୍ର, ବେପନାହ ଆଦି ସିରିଏଲ ବେଶ୍‍ ଲୋକପ୍ରିୟତା ହାସଲ କରିଛି।

Comments are closed.