ବିଶିଷ୍ଟ ଲେଖିକା ଜେମାମଣି ବିଶୋୟୀଙ୍କ ପୁସ୍ତକ ‘ଲୋକଗୀତ’ ଲୋକାର୍ପିତ

ନବରଙ୍ଗପୁରର ବିଶିଷ୍ଟ ଲେଖିକା ଶ୍ରୀମତୀ ଜେମାମଣି ବିଶୋୟୀଙ୍କ ପୁସ୍ତକ ‘ଲୋକଗୀତ’ ଲୋକାର୍ପିତ ହୋଇଛି। ସ୍ଥାନୀୟ କୁଞ୍ଜ ବିହାରୀ ପାଠାଗାରଠାରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି। ବିଶିଷ୍ଟ ଲୋକ ସାହିତ୍ୟ ଗବେଷକ ରଞ୍ଜନ ମହୁରିଆ ପୁସ୍ତକଟିର ସମୀକ୍ଷା କରଥିଲେ। ଶ୍ରୀମତୀ ବିଶୋୟୀଙ୍କ ପୁସ୍ତକ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହୁଥିବା ଜନଜାତିଙ୍କ ବିଭିନ୍ନ ପର୍ବ ପର୍ବାଣୀ ଓ ଉତ୍ସବ ଅନୁଷ୍ଠାନରେ ଲୋକ ଗୀତ ଭାବରେ କଥିତ ଆକାରରେ ଥିବା ବିଭିନ୍ନ ଲୋକ ଗୀତର ସମାହାର ହୋଇଥିବା ବେଳେ ଆଧୁନିକତାର ସ୍ପର୍ଶରେ ହଜିଯାଉଥିବା ପରମ୍ପରା ଓ ରୀତିନୀତିକୁ ସଂରକ୍ଷିତ ରଖିବା ପାଇଁ ଏକ ନିଆରା ପ୍ରୟାସ ବୋଲି ବକ୍ତାମାନେ ମତ ପୋଷଣ କରିଛନ୍ତି। ଏଭଳି ପୁସ୍ତକ ଲୋକ ସାହିତ୍ୟକୁ ଆହୁରି ଋଦ୍ଧିମନ୍ତ କରିବ ବୋଲି ବକ୍ତାମାନେ ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ସାହିତ୍ୟ ଏକାଡେମୀ ସଦସ୍ୟ ଡମ୍ବରୁଧର ପଟ୍ଟନାୟକ, ଲେଖକ ନାରାୟଣ ପଣ୍ଡାଙ୍କ ସମେତ ଅନେକ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ। ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

Comments are closed.