ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ କୋକେର୍ନାଗଠାରେ ଶୁକ୍ରବାର ସୁରକ୍ଷା ବାହିନୀଙ୍କ ସହ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍‍-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡିଛି। ଅନ୍ୟ ଜଣେ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ। ଭୈଲୁଠାରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସେନା, ସିଆର୍‍ପିଏଫ୍‍ ଏବଂ ପୁଲିସର ଏକ ମିଳିତ ଦଳ ପକ୍ଷରୁ ଚଢାଉ କରାଯାଇଥିଲା। ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ମିଳିତବାହିନୀ ପ୍ରତ୍ୟୁତ୍ତରମୂଳକ ଗୁଳିମାଡ଼ କରିଥିଲା। ନିହତ ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ବିପଳୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଘଟଣାସ୍ଥଳରେ ଗୁଳିମାଡ଼ ବନ୍ଦ ହୋଇଥିଲେ ମଧ୍ୟ ଖସିପଳାଇବାରେ ସକ୍ଷମ ହୋଇଥିବା ଅନ୍ୟ ଜଣେ ଆତଙ୍କବାଦୀକୁ ଧରିବା ଲାଗି ମିଳିତବାହିନୀ ସେଠାରେ ବ୍ୟାପକ ଅନୁସନ୍ଧାନ ଜାରି ରଖିଛି। ଅନ୍ୟ ଏକ ଘଟଣାରେ ପୁଲିସ ଉପରେ ଆକ୍ରମଣ କରିବା ତଥା ପାକିସ୍ତାନ ସମର୍ଥିକ ସ୍ଲୋଗାନ ବାଜି କରିବା ଅଭିଯୋଗରେ ପାକୁର ଜିଲା ଅନ୍ତର୍ଗତ ଦାଙ୍ଗପଡା ଗ୍ରାମର ୯ ଜଣ ଲୋକଙ୍କୁ ପୁଲିସ ଗୁରୁବାର ସନ୍ଧ୍ୟାରେ ଗିରଫ କରିଛି। ଏହି ଘଟଣାରେ ପାକୁର ଡିସିପିଙ୍କ ସମେତ ୧୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

Leave A Reply