ଜିତେନ୍ଦ୍ରଙ୍କ ନାଁ’ରେ ଅସଦାଚରଣ ଅଭିଯୋଗ କରିଥିଲେ ସମ୍ପର୍କୀୟା ; ମାମଲା ଖାରଜ କଲେ କୋର୍ଟ

ମୁମ୍ବଇ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ଼ ଅଭିନେତା ଜିତେନ୍ଦ୍ରଙ୍କ ନାଁରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ରଙ୍କ ଜଣେ ସମ୍ପର୍କୀୟା ‘ମି ଠୁ’ ଅଭିଯାନ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ଗତ ବର୍ଷ ୧୬ ଫେବୃଆରୀରେ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଏକ ଅସଦାଚରଣ ମାମଲା ରୁଜୁ କରିଥିଲା। ବିଚାରପତି ଅଜୟ ମୋହନ ଗୋୟଲ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନପତ୍ରର ସମସ୍ତ ତଥ୍ୟ ତଥା ମାମଲା ସହ ଜଡ଼ିତ ରେକର୍ଡ଼ର ଅବଲୋକନ କରିବା ପରେ ଏହି ରାୟ ଶୁଣାଇଛନ୍ତି। ଆବେଦନପତ୍ରରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ, ଜିତେନ୍ଦ୍ରଙ୍କର ଜଣେ ଦୂର ସମ୍ପର୍କୀୟା ଭଉଣୀ ୪୭ ବର୍ଷ ପୂର୍ବେ ଘଟିଥିବା ଘଟଣାକୁ ନେଇ ତାଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଜିତେନ୍ଦ୍ର ଏନେଇ ହାଇକୋର୍ଟଙ୍କ ନିକଟରେ ଏକ ଆବେଦନପତ୍ର ଦାଖଲ କରି ଏହି ମାମଲାକୁ ରଦ୍ଦ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ମୋତେ ବ୍ଲାକ୍‍ମେଲ୍‍ କରିବା ଉଦ୍ଦେଶ୍ୟରେ ଏପରି ମାମଲା ରୁଜୁ କରାଯାଇଛି। କଥିତ ଘଟଣାର ଏତେ ବର୍ଷ ପରେ ମାମଲା କାହିଁକି ରୁଜୁ କରାଗଲା ଏନେଇ ମଧ୍ୟ କୌଣସି ସ୍ପଷ୍ଟିକରଣ ଦିଆଯାଇ ନଥିଲା।

ଉଲ୍ଲେଖଯୋଗ୍ୟ, ଜିତେନ୍ଦ୍ରଙ୍କ ସେହି ସମ୍ପର୍କୀୟା ଜଣକ ଅଭିଯୋଗ କରି କହିଥିଲେ ଯେ, “ଏହି ଘଟଣାକୁ ସର୍ବ ସମ୍ମୁଖକୁ ଆଣିବାକୁ ମୋତେ ବର୍ଷ ବର୍ଷ ଲାଗିିଗଲା। ଚଳିତ ଦିନରେ ଅସଦାଚରଣ ବିରୁଦ୍ଧରେ ଚାଲିଥିବା ‘ମି ଠୁ’ ଅଭିଯାନ ଯୋଗୁଁ ଏହି ଘଟଣା ଉପରୁ ପରଦା ଉଡଠାଇବାକୁ ମୋତେ ସାହସ ମିଳିଛି”।

Comments are closed.