ଜେଇଇ ମେନ୍ ଏବଂ ନିଟ ପରୀକ୍ଷା ହେବାକୁ ଥିବା ସହରରେ ଲାଗୁ ହେବନି ସଟଡାଉନ, ଲକଡାଉନ

ଭୁବନେଶ୍ୱର: ରାଜ୍ୟରେ ଜେଇଇ ମେନ୍ ଏବଂ ନିଟ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକଡାଉନ କିମ୍ବା ଶଟଉନ୍ ଲାଗୁ କରାଯିବ ନାହିଁ। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ୭ଟି ସହରରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ କାଲିଠୁ ୬ ତାରିଖ ଯାଏ  ଲକଡାନ୍ ବା ଶଟଡାଉନ୍ ଲାଗୁ ହେବନି। ସେହିପରି ସେପ୍ଟେମ୍ବର ୧ ୨ ରୁ ୧୪ ଯାଏଁ ମଧ୍ୟ ଏହି କଟକଣା ଲାଗୁ କରାଯିବ ନାହିଁ । ଏହାସହ ଯେଉଁ ପିଲାଙ୍କୁ ଯିବା ଆସିବା ଏବଂ ରହିବା ବ୍ୟବସ୍ଥା ଦରକାର ପଡ଼ିବ, ରାଜ୍ୟ ସରକାର ଯୋଗାଇଦେବେ ବୋଲି ଏସଆରସି କହିଛନ୍ତି । ବିଭିନ୍ନ ଇଂଜିନିୟରିଂ କଲେଜ ହଷ୍ଟେଲ ଗୁଡିକରେ ନିଃଶୁଳ୍କରେ ପରୀକ୍ଷାର୍ଥୀ ରହିପାରିବେ। ପରୀକ୍ଷାର୍ଥୀମାନେ ନୋଡାଲ ସେଣ୍ଟରରେ ନିଜ ସମ୍ପର୍କରେ ତଥ୍ୟ ଦେଲେ, ସେମାନଙ୍କ ପାଇଁ ବସର ବ୍ୟବସ୍ଥା ମଧ୍ୟ କରାଯିବ।

Comments are closed.