ଏପ୍ରିଲ ୩୦ ପରେ ଜେଇଇ ମେନ୍‌ ପରୀକ୍ଷା ଫଳ

ଭୁବନେଶ୍ବର : ଜେଇଇ ମେନ୍‌ ପରୀକ୍ଷା ଫଳ ଏପ୍ରିଲ ୩୦ରେ ପ୍ରକାଶ ପାଇ ନ ପାଇବାର ଆଣଙ୍କା ସୃଷ୍ଟି ହୋଇଛି । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଏପ୍ରିଲ ୩୦ରେ ଜେଇଇ ମେନ୍ ପ୍ରଥମ ପେପର ପରୀକ୍ଷା ଫଳ ପ୍ରକାଶ କରିବାକୁ ନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ)ସ୍ଥିର କରିଥିଲା। ତେବେ ୩୦ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଏନ୍‌ଟିଏ କାର୍ଯ୍ୟାଳୟ ପକ୍ଷରୁ ଏକ ଜାତୀୟ ନ୍ୟୁଜ୍‌ ଚ୍ୟାନେଲ କୁହାଯାଇଛି। ଫଳ କେବେ ବାହାର କରାଯିବ ଏ ପର୍ଯ୍ୟନ୍ତ ଏନ୍‌ଟିଏ ତାରିଖ ସ୍ଥିର କରିନି। ଚଳିତ ବର୍ଷ ଦେଶରେ ୯,୩୫,୭୪୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ୩୭୦ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଜେଇଇ ମେନ୍‌ ପ୍ରଥମ ପେପର ପରୀକ୍ଷା ଫଳ ୩୦ରେ ପ୍ରକାଶ ପାଇବାକୁ ଥିବାବେଳେ ଦ୍ବିତୀୟ ପେପର ଫଳ ମେ ୧୫ରେ ବାହାର କରିବାକୁ ଏନ୍‌ଟିଏ ସୂଚୀପତ୍ରରେ ଘୋଷଣା କରିଥିଲା। ପ୍ରଥମ ପେପର ପରୀକ୍ଷା ଏପ୍ରିଲ ୭ରେ ଅନୁଷ୍ଠିତ ହୋଇ ଥିବାବେଳେ ଦ୍ବିତୀୟ ପେପର ପରୀକ୍ଷା ୮ରୁ ୧୨ ପର୍ଯ୍ୟନ୍ତ ଚାଲିଥିଲା।

Comments are closed.