ଏଣିକି ଓଡ଼ିଆରେ ଜେଇଇ ମୁଖ୍ୟ
ଜାନୁଆରୀ ୧୨ ଯାଏ ପଞ୍ଜୀକରଣ, ୨୪ରୁ ୩୧ପର୍ଯ୍ୟନ୍ତ ପରୀକ୍ଷା

ଭୁବନେଶ୍ବର : ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ ଦୁଇଟି ସେସନ୍ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମୁଖ୍ୟ ଅନୁଷ୍ଠିତ ହେବ । ପ୍ରଥମ ସେସନ୍ ଜାନୁଆରୀ ଏବଂ ଦ୍ୱିତୀୟ ସେସନ୍ ଏପ୍ରିଲରେ ହେବ। ଏଥର ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଜେଇଇ ମୁଖ୍ୟ ପ୍ରଶ୍ନପତ୍ର ଆସିବ। ଏ ସଂକ୍ରାନ୍ତରେ ଜାତୀୟ ପରୀକ୍ଷଣ ଏଜେନ୍ସି ଏନ୍.ଟି.ଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଇ, ବିଟେକ୍ ପାଠ୍ୟକ୍ରମ ପାଇଁ ପେପର-୧ ପରୀକ୍ଷା ହେବାକୁ ଥିବାବେଳେ ପେପର-୨ରେ ବି.ଆର୍କ ଓ ବି.ପ୍ଲାନ ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସେସନ୍ ପାଇଁ ଅନ୍ଲାଇନ୍ ଆବେଦନ ଡିସେମ୍ବର ୧୫ରୁ ଆରମ୍ଭ ହୋଇଛି । ଜାନୁଆରୀ ୧୨ ଆବେଦନର ଶେଷ ତାରିଖ ରହିଛି । ଜାନୁଆରୀ ୨ୟ ସପ୍ତାହରେ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇବ।
Comments are closed.