୭ଟି କେନ୍ଦ୍ରରେ ଚାଲିଛି ଜେଇଇ ମେନ୍ ପରୀକ୍ଷା
୧୧ପର୍ଯ୍ୟନ୍ତ ପରୀକ୍ଷା ୩୧ରେ ଫଳ

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ସେମବାରଠାରୁ ଠାରୁ ଆରମ୍ଭ ହୋଇଛି । ଏହା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୩୧ ତାରିଖରେ ପରୀକ୍ଷାର ଫଳ ପ୍ରକାଶ ପାଇବ।
ସକାଳ ୯.୩୦ରୁ ପ୍ରଥମ ସିଟିଂ ଆରମ୍ଭ ହୋଇଛି। ଯାହା ସାଢେ ୧୨ଟାରେ ସରିବ। ସେହିପରି ଦିନ ୨.୩୦ରେ ଦ୍ବିତୀୟ ସିଟିଂ ଆରମ୍ଭ ହୋଇ ୫.୩୦ରେ ସରିବ । ଭୁବନେଶ୍ବର, ବାଲେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ ଢେଙ୍କାନାଳରେ ଓଡ଼ିଶାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ଏନ୍.ଟି.ଏ. ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଦ୍ୱିତୀୟ ଜେ.ଇ.ଇ. ମେନ୍ ପରୀକ୍ଷା ଏପ୍ରିଲ୍ ୩ରୁ ଆରମ୍ଭ ହୋଇ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଦ୍ୱିତୀୟ ପରୀକ୍ଷାର ଫଳ ଏପ୍ରିଲ ୩୦ ତାରିଖରେ ପ୍ରକାଶ ପାଇବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି।