ଜେଇଇ ମେନ୍‌ ପରୀକ୍ଷା ବାତିଲ

ଭୁବନେଶ୍ବର : ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ)ମେନ୍‌ ଏପ୍ରିଲ ସେସନ୍‌ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଆସନ୍ତା ଏପ୍ରିଲ ୫,୭.୯,୧୧ ତାରିଖରେ ପରୀକ୍ଷା ହେବାକୁ ଧାର୍ଯ୍ୟ ହୋଇଥିଲା। କରୋନା କାୟା ବିସ୍ତାର କରୁଥିବାରୁ ଏହାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବାତିଲ କରି ଦିଆଯାଇଛି। ଏନେଇ ଏନ୍‌ଟିଏ ୱେବ୍‌ସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାର ନୂତନ ତାରିଖ ମାର୍ଚ୍ଚ ୩୧ରେ ପ୍ରକାଶ କରାଯିବ ବୋଲି ଉଲ୍ଲେଖ କରାଯାଇଛି।

Comments are closed.