ମେ ଶେଷରେ ଜେଇଇ ମେନ୍

ଭୁବନେଶ୍ବର : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ପରୀକ୍ଷା ଆସନ୍ତା ମେ ଶେଷ ସପ୍ତାହରେ ହେବ ବୋଲି ମଙ୍ଗଳବାର ଏନଟିଏ ପକ୍ଷରୁ ନୋଟିସ୍‌ ପ୍ରକାଶ ପାଇଛି। ସ୍ଥିତିକୁ ଅନୁଧ୍ୟାନ କରି ପରୀକ୍ଷାର ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯିବ। ଏପ୍ରିଲ ୫, ୭, ୯ ଏବଂ ୧୧ ତାରିଖରେ ଏହି ପରୀକ୍ଷା ହେବାର ଥିଲା; କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି। ଏପ୍ରିଲ ୧୫ ପରେ ସ୍ଥିତିକୁ ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ ଡାଉନଲୋଡ କରିବାକୁ ଅନୁମତି ମିଳିବ। ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀଙ୍କୁ ଏନଟିଏ ୱେବସାଇଟ (www.jeemain.nta.nic.in/nta.ac.in)ରେ ପରୀକ୍ଷା ତାରିଖ ଜଣାଇ ଦିଆଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

Comments are closed.