ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ଫଳ : ୪୧ ହଜାର ୮୬୨ଜଣ ଛାତ୍ରଛାତ୍ରୀଙ୍କୁ ମିଳିଲା ରାଙ୍କ

ନୂଆଦିଲ୍ଲୀ : ଜେଇଇ ଆଡଭାନ୍ସଡର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଦିଲ୍ଲୀ ଜୋନ୍‍ର ମୃଦୁଳ ଅଗ୍ରୱାଲ ୩୬୦ ନମ୍ବରରୁ ୩୪୮ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମହିଳା ବର୍ଗରେ କାବ୍ୟା ଚୋପ୍ରା ୨୮୬ ନମ୍ବର ରଖି ଶୀର୍ଷସ୍ଥାନରେ ରହିଛନ୍ତି । ଦେଶର ୧ଲକ୍ଷ ୪୧ହଜାର ୬୯୯ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୧ହଜାର ୮୬୨ଜଣ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି ।

Comments are closed.