ଜେଇଇ ଆଡଭାନ୍ସ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପରେ ୧୨ରୁ ଜେଇଇ ଆଡ଼ଭାନ୍ସ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନିମନ୍ତେ ୱେବ୍ସାଇଟ୍ ଖୋଲାଯାଇଛି। ପଞ୍ଜୀକରଣ ଅବଧି ସେପ୍ଟେମ୍ବର ୧୭ ଥିବାବେଳେ ୧୮ ତାରିଖ ଫି’ ଦାଖଲର ସମୟ ସୀମା ରହିଛି। ଛାତ୍ରଛାତ୍ରୀ ୨୧ ସେପ୍ଟେମ୍ବରରୁ ଆଡ଼ମିଟ୍ କାର୍ଡ ଡାଉନ୍ଲୋଡ଼ କରିପାରିବେ। ଏ ବର୍ଷ ୨.୫ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡ଼ଭାନ୍ସ ଦେବା ପାଇଁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ। ସେପ୍ଟେମ୍ବର ୨୭ରେ ପରୀକ୍ଷା ଅନୁଷ୍ଠିତ ହେବ ଓ ଅକ୍ଟୋବର ୫ରେ ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।