ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସ ପରୀକ୍ଷା

ଭୁବନେଶ୍ୱର : ଦେଶରେ ଥିବା ଆଇଆଇଟି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ନିମନ୍ତେ ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଇଆଇଟି ଦିଲୀ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଜେଇଇ ମେନ୍‍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମେରିଟ୍‍ ତାଲିକା ଶୀର୍ଷରେ ଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ ପଞ୍ଜୀକରଣ କରିବେ।
ସେପ୍ଟେମ୍ବର ୧୧ରୁ ବିଦ୍ୟାର୍ଥୀ ଜେଇଇ ଆଡଭାନ୍ସ ୱେବସାଇଟକୁ ଯାଇ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ଶେଷ ତାରିଖ ସେପ୍ଟେମ୍ବର ୧୬ ରହିଛି। ୨୧ ତାରିଖରେ ଆଡମିଟ୍‍ କାର୍ଡ ଅପଲୋଡ କରାଯିବ। ତେବେ ପେପର-୧ ପରୀକ୍ଷା ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ପେପର-୨ ଅପରାହ୍ଣ ସାଢେ ୨ଟାରୁ ୫.୩୦ମିନିଟ୍‍ ଯାଏଁ ଅନୁଷ୍ଠିତ ହେବ।

Comments are closed.