ଜିନ କାଷ୍ଟେକ୍ସ ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆଜି ସେଠାକାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଜିନ କାଷ୍ଟେକ୍ସଙ୍କୁ ମନୋନୀତ କରିଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏଡ଼ୱାର୍ଡ ଫିଲିପଙ୍କ ତୁଳନାରେ କାଷ୍ଟେକ୍ସ ଯଦିଓ ଏତେ ଲୋକପ୍ରିୟ ନୁହନ୍ତି କିନ୍ତୁ ରାଷ୍ଟ୍ରପତି ଇମାନୁଏଲ୍ ମାସ ମାସ ଧରି ବନ୍ଦ ରହିଥିବା ଅର୍ଥନୀତିକୁ ପୁନର୍ଜୀବିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଜଣାପଡିଛି। କରୋନା ସଂକ୍ରମଣ ଯୋଗୁ ଜାରି ଲକ ଡାଉନ ପରେ ପୁଣି ଦେଶକୁ ଆଗେଇ ନେବାରେ କାଷ୍ଟେକ୍ସଙ୍କ ଅଭିନବ ପ୍ରୟାସ ପାଇଁ ସେ ଲୋକପ୍ରିୟତା ହାସଲ କରିଥିଲେ।

୫୫ ବର୍ଷୀୟ କାଷ୍ଟେକ୍ସ ଜଣେ ସରକାରୀ କର୍ମଚାରୀ ଏବଂ ସେ ଏକାଧିକ ସରକାରଙ୍କ ସହ କାମ କରିଛନ୍ତି। ଫ୍ରାନ୍ସରେ ଲକ ଡାଉନ ପରେ ଧୀରେ ଧୀରେ ଜନଜୀବନ ସ୍ୱାଭାବିକ ହେଉଥିବା ସମ୍ପର୍କିତ ଯୋଜନା ବର୍ତ୍ତମାନ ସୁଦ୍ଧା ସଫଳ ରହିଛି। ନୂଆ ସରକାରରେ ଅନେକ ସରକାରୀ ସଦସ୍ୟଙ୍କୁ ବଦଳାଯିବ ବୋଲି ଆଶା କରାଯାଉଛି।

ଏକ ସାକ୍ଷାତକାରରେ ରାଷ୍ଟ୍ରପତି ମାକ୍ରୋନ୍ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳର ଅବଶିଷ୍ଟ ଦୁଇ ବର୍ଷ ପାଇଁ ଦେଶରେ ପୁନଃ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିବା ପାଇଁ ସେ ବିକଳ୍ପ ଖୋଜୁଥିବା ଜଣାପଡିଛି। ସେ ଗତ ତିନି ବର୍ଷ ମଧ୍ୟରେ ଫିଲିପଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶକୁ ଠିକଣା ବାଟରେ ଆଗେଇ ନେବା ପାଇଁ ମୋତେ ପସନ୍ଦ ବାଛିବାକୁ ପଡ଼ିବ।

ଫ୍ରାନ୍ସରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ଆଗାମୀ ଦିନରେ ଅର୍ଥନୀତି ୧୧ ପ୍ରତିଶତ ହ୍ରାସ ପାଇବା ନେଇ ଅର୍ଥନୀତିଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି ଫଳରେ ରାଷ୍ଟ୍ରପତି ମାକ୍ରନ୍ ଫିଲିପଙ୍କ ନୀତି ଅନୁସରଣ କରିବାର ଅନେକ ସମ୍ଭାବନା ରହିଛି। ସେ ଗତ ମାସରେ ଦେଶବାସୀଙ୍କୁ ଏକ ଟେଲିଭିଜନ ସମ୍ବୋଧନରେ କହିଥିଲେ ଯେ ଆମର ପ୍ରଥମ ପ୍ରାଥମିକତା ହେଉଛି ଏକ ଶକ୍ତିଶାଳୀ ଅର୍ଥବ୍ୟବସ୍ଥାର ପୁନର୍ଗଠନ କରିବା।

Comments are closed.