କରୋନାରେ ଜେଡିୟୁ ବିଧାୟକଙ୍କ ପରଲୋକ

ପାଟନା: ବିହାରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ରାଜ୍ୟର ଜେଡିୟୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମେୱାଲାଲ ଚୌଧୁରୀଙ୍କ ପରଲୋକ ଘଟିଛି। ପାଟନାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମେୱାଲାଲଙ୍କ ମୃତ୍ୟୁ ଘଟିଛି।

ମେୱାଲାଲ ତାରାପୁର ବିଧାନସଭା ଆସନରୁ ଜେଡିୟୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୩ ଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୨୦୨୦ରେ ମେୱାଲାଲ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନିତିଶ କୁମାର ତାଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ଦେଇଥିଲେ। ତାଙ୍କୁ ଶିକ୍ଷାମନ୍ତ୍ରୀ ପଦବୀ ମିଳିଥିଲା। କିନ୍ତୁ ଜଣେ ଦାଗୀ ନେତାଙ୍କୁ ଶିକ୍ଷା ମନ୍ତ୍ରୀ କରାଯିବା ଫଳରେ ବିରୋଧୀମାନେ ପ୍ରଶ୍ନ ଉଠାଇଥିଲେ। ବିରୋଧୀଙ୍କ ହଙ୍ଗାମା ଯୋଗୁ ମେୱାଲାଲଙ୍କୁ ମନ୍ତ୍ରୀ ପଦ ପାଇବାର କିଛି ଘଣ୍ଟା ପରେ ଇସ୍ତଫା ଦେବାକୁ ପଡ଼ିଥିଲା।

Comments are closed.