ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଲା ଜୟସୁରିୟାଙ୍କ ମୃତ୍ୟୁ ଖବର ! ବ୍ୟତିବ୍ୟସ୍ତ କ୍ରିକେଟ୍ ଜଗତ

ମୁମ୍ବଇ : ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ ବିସ୍ଫୋଟକ ବ୍ୟାଟସମ୍ୟାନ୍ ସନନ୍ଥ ଜୟସୁରିୟାଙ୍କ ମୃତ୍ୟୁ ଖବର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଯାହା କ୍ରିକେଟ୍ ଜଗତକୁ ବ୍ୟତିବ୍ୟସ୍ତ କରିଦେଇଛି।
ସୂଚନା ମୁ୍ତାବକ, ସନନ୍ଥ ଜୟସୁରିୟା ଟରୋଣ୍ଟୋରେ ଏକ ସଡକ ଦୂର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଯାହା ସମ୍ବୂର୍ଣ୍ଣ ମିଥ୍ୟ ବୋଲି ଜଣାପଡ଼ିଛି। ଏହି ଖବର ପ୍ରସାରିତ ହେବା ପରେ ଭାରତୀୟ କ୍ରିକେଟର ଅଫ୍ ସ୍ପିନର୍ ଅଶ୍ୱିନ୍ ପ୍ରଶଂସକଙ୍କୁ ଟ୍ବିଟ କରି ସତ୍ୟତା ବିଷୟରେ ପଚାରିଛନ୍ତି।
ଅଶ୍ୱିନ୍ ଟ୍ୱିଟ୍ କରି ଲେଖିଛନ୍ତି , କ’ଣ ସତରେ ଜୟସୁରିୟାଙ୍କୁ ନେଇ ଆସୁଥିବା ଖବରର କିଛି ସତ୍ୟତା ରହିଛି? ମୋତେ ହ୍ୱାଟସଆପରେ ଏଭଳି ଖବର ମିଳିଛି କିନ୍ତୁ ଟ୍ୱିଟରରେ ଏଭଳି କୌଣସି ଖବର ମୁଁ ଦେଖିପାରୁନାହିଁ । ଏହାପରେ ଫ୍ୟାନ୍ସ ଅଶ୍ୱିନଙ୍କୁ ଏହା ଏକ ଗୁଜବ ଥିବା କଥା କହି ସାନ୍ତ୍ୱନା ଦେଇଥିଲେ ।
ମୃତ୍ୟୁର ଖବରକୁ ନେଇ ଖୋଦ୍ ଜୟସୁରିୟା ମଧ୍ୟ ଗୁଜବ ବୋଲି କହିଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ସୂଚନା ଦେଇଥିଲେ । ସେ ଟ୍ୱିଟ୍ କରି ସକୁଶଳ ଥିବା କଥା କହିଥିଲେ । ଦୟାକରି ଏହି ମିଥ୍ୟା ଖବରକୁ ସେୟାର ନକରିବା ପାଇଁ ପ୍ରଶଂସକ ମାନଙ୍କୁ ଜୟସୁରିୟା ନିବେଦନ କରିଛନ୍ତି।
ଜୟସୁରିୟା ୧୯୯୬ ବିଶ୍ୱକପ୍ ବିଜେତା ଟିମର ପ୍ରମୁଖ ସଦସ୍ୟ ଥିଲେ। ଏହା ପରେ ସେ ଶ୍ରୀଲଙ୍କା ଚୟନକମିଟି ବୋର୍ଡର ଅଧ୍ୟକ୍ଷ ମଧ୍ୟ ଥିଲେ।