୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ଜୟପୁର : ଜୟପୁର ସଦର ପୁଲିସ ହାତରେ ଧରାପଡିଛନ୍ତି ଏକ ବଡ ଗଞ୍ଜେଇ ଚୋରାଚାଲାଣ ରାକେଟ। ଏହି ଘଟଣାରେ ପୁଲିସ ୫ ଜଣ ଗଞ୍ଜେଇ ଚାଲାଣକାରୀଙ୍କ ସହ ୩ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଜଣାପଡିଛି।

 ସୂଚନାଅନୁସାରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏହାପରେ ପୁଲିସ ଟିମ୍ ଚଢାଉ କରିଥିଲା। ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ ମଧ୍ୟ କରିଛି । ସେମାନଙ୍କଠାରୁ ୩ କ୍ବିଣ୍ଟାଲ ୧୦ କେଜି ଗଞ୍ଜେଇ ସହ  ନଗଦ ୧.୫ ଲକ୍ଷ ଟଙ୍କା ସହ ଗୋଟିଏ କାର୍, ୨ଟି ବାଇକ୍, ୫ଟି ମୋବାଇଲ ଫୋନ୍ ଜବତ ହୋଇଛି ।

 

Comments are closed.