ଜୟପୁରରେ ୮ଘଣ୍ଟିଆ ବନ୍ଦ ଡାକରା

0

କୋରାପୁଟ: ଗୁରୁବାର କୋରାପୁଟର ଜୟପୁରରେ ବିଜେପି ପକ୍ଷରୁ ବିଭିନ୍ନ ଦାବି ନେଇ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ପ୍ରଭାବରେ ଜୟପୁରରେ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି। ୪ ଦଫା ଦାବି ପୂରଣ ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି। ଫଳରେ ବିଜେପି ଗୁରୁବାର ଦିନ ଆନ୍ଦେଳନକୁ ଓହ୍ଲାଇଛି। ଏହା ସହ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Comments
Loading...