ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ମୃତ୍ୟୁକୁ ନେଇ ସନ୍ଦେହ

ମୁଖୀଗୁଡା : ଜୟପାଟଣା ପୁଲିସ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ମୁଖୀଗୁଡା ପଂଚାୟତ ଅନ୍ତର୍ଗତ ତାଳଗୁଡ଼ ଗ୍ରାମର ସାନ ମାଝୀ(୨୬) । ଗତକାଲି ତାଙ୍କୁ ମୁଖୀଗୁଡା ପୁରୁଣାମାର୍କେଟ ଅଞ୍ଚଳର ଦିଲ୍ଲୀପ ଏବଂ ତାର ଶଳା ସହ ଦେଖାଯାଇ ଥିଲା  ଆଜି ସାନ ମାଝୀର ମୃତ ଦେହ ଗଛରେ ଝୁଲୁଥିବାର ଉଦ୍ଧାର କରାଯାଇଛି।ସାନ ମାଝୀଙ୍କୁ ହତ୍ୟା କରାଯାଇ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।ମୃତା ସାନ ମାଝୀର ମୃତ ଦେହକୁ ଜୟପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରା ଯାଇଛି।ଏ ନେଇ ଜୟପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସର ତଦନ୍ତ ଜାରି ରହିଛି।ମୃତା ସାନ ମାଝୀର ପ୍ରେମ ସଂପର୍କ ଦିଲ୍ଲିପର ଶଳା ସହ ଥିଲା ବୋଲି କୁହଯାଉଛି ।

Comments are closed.