ସୁସ୍ଥ ହୋଇ ଘରକୁ ଫେରିଲେ ଜୟୀ

0

ଭୁବନେଶ୍ୱର : ଲୋକପ୍ରିୟ ହାସ୍ୟାଭିନେତା ଜୟୀରାମ ସାମଲ ହୃଦ୍‍ରୋଗର ଶିକାର ହୋଇ ଏଠାରେ ଏକ ଘରୋଇ ହସ୍‍ପିଟାଲରେ ସପ୍ତାହେ ହେଲା ଚିକିତ୍ସିତ ହେଉଥିଲେ। ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇ ସୋମବାର ହସ୍‍ପିଟାଲରୁ ଘରକୁ ଫେରିଛନ୍ତି। ତାଙ୍କ ଅସୁସ୍ଥତା ଖବର ପାଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷ ତାଙ୍କୁ ହସ୍‍ପିଟାଲରେ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ। ସେହିପରି ଓଡ଼ିଶା ଚଳଚ୍ଚିତ୍ର କଳାକାର ସଂଘ ପକ୍ଷରୁ ମଧ୍ୟ ତାଙ୍କ ଚିକିତ୍ସା ତ୍ୱରାନ୍ୱିତ ହେବା ଦିଗରେ ପଦକ୍ଷେପ ନିଆଯାଇଥିଲା।

Leave A Reply