ଜୟପାଟଣା  ମଣ୍ଡି ରେ ଆରମ୍ଭ ହେଲା ରବିଧାନ କିଣା

ମୁଖୀଗୁଡା: ଆଜି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ଜୟପାଟଣା ମଣ୍ଡିରେ ରବି ଧାନ କିଣା ଆରମ୍ଭ ହୋଇ ତିନି ଜଣ ଚାଷୀଙ୍କ ଧାନ କିଣା ଯାଇଥିଲା। ପୂର୍ବତନ ବିସିସି ବ୍ୟାଙ୍କ ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ  ମଣ୍ଡିର ଶୁଭଉଦଘାଟନ କରିଥିଲେ ।ଆଜି ଜୟପାଟଣା ମଣ୍ଡି ରେ ଚାଷୀ ଅକ୍ଷୟ କୁମାର ମାଝୀ ଙ୍କ ୧୨୦ କ୍ୟୁଣ୍ଟାଲ, ହିମାଂଶୁ ପାଢ଼ୀଙ୍କ ୪୦ କ୍ୟୁଣ୍ଟାଲ ୮୦କେଜି ଏବଂ ବିନୋଦ ଅଗ୍ରୱାଲଙ୍କ ୨୦ କ୍ୟୁଣ୍ଟାଲ୨୦ କେଜି ଧାନ କିଣା ଯାଇଥିଲା।୧୩ଜଣ ଚାଷୀ ଟୋକନ ଥିବାବେଳେ କେବଳ ତିନି ଜଣ ଚାଷୀ ଧାନ ଆଣିଥିଲେ ।ଏହି ଅବସରରେ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା,ଅତି ରିକ୍ତ ତହସିଲଦାର ଟିକନୁ ପୁଟା, ପ୍ୟାକ୍ସ ସେକ୍ରେଟାରୀ ଅବିନାଶ ପଣ୍ଡା, ଡିଓ ନିହାର ରଞ୍ଜନ ହୋତା, ଏସିଏସଓ ଏବଂ ଆରଏମସି କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.