ରାତିଅଧରେ ଜଲସା ବାହାରେ ବାଇକ ଆରୋହୀଙ୍କ ରେସିଙ୍ଗ୍ ; ପୁଲିସ ନିକଟରେ ଅଭିଯୋଗ କଲେ ଜୟା ବଚ୍ଚନ

ନୂଆଦିଲ୍ଲୀ : ଚଳଚ୍ଚିତ୍ର ଅଭିନେତ୍ରୀ ଓ ରାଜ୍ୟସଭା ସାଂସଦ ଜୟା ବଚ୍ଚନ ନିଜ ଘର ଜଲସାରେ ହୋମ କ୍ବାରେଣ୍ଟାଇନରେ  ରହିଛନ୍ତି।ମାତ୍ର ନିଜ ଘର ବାହାରେ ବାଇକ ଆରୋହୀଙ୍କ ଉତ୍ପାତ କାରଣରୁ ସେ ଖୁବ ଚିନ୍ତିତ ଓ ହଇରାଣ ହୋଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଜୟା ବଚ୍ଚନଙ୍କ ମୁମ୍ବଇର ଜୁହୁ ସ୍ଥିତ ଜଲସା ବାସଭବନ ବାହାରେ କିଛି ଦଳରେ ବାଇକ ରେସ କରୁଥିବା ବାଇକରୋହୀଙ୍କ ପାଇଁ ଜୟା ସଠିକ ଭାବେ ଶୋଇ ପାରୁ ନାହାନ୍ତି। ଶବ୍ଦ ଯୋଗୁଁ ହଇରାଣ ମଧ୍ୟ ହେଉଛନ୍ତି। ଏହାର ଅଭିଯୋଗ ପୁଲିସଙ୍କ ନିକଟରେ କରିବା ପରେ ପୁଲିସ କର୍ମଚାରୀ ଭିନ୍ନ ଭିନ୍ନ ଦଳରେ ସେହି ବାଇକଆରୋହୀଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି।
ସୂଚନା ଅନୁଯାୟୀ , ରାତି ପ୍ରାୟ ୧୧ଟାରୁ ବିଳମ୍ବିତ ରାତି ଯାଏଁ ଜଲସା ବଙ୍ଗଳା ବାହାରେ ବାଇକଆରୋହୀଙ୍କ ଗ୍ରୁପ ଶବ୍ଦ ସହ ରେସ କରୁଛନ୍ତି। ସେହି ସମୟରେ ଜୟା ବଚ୍ଚନ ପୁଲିସ ଫୋନ ଯୋଗେ ଏହା ଜଣାଇଥିଲେ। ମାତ୍ର ପୁଲିସ ପହଂଚିବା ଯାଏଁ ସେମାନେ ଘଟଣାସ୍ଥଳରୁ ପଳାଇଥିଲେ। ପୁଲିସ ସେହି ଅଂଚଳର ସମସ୍ତ ସିସିଟିଭ ଫୁଟେଜକୁ ଯାଂଚ କରୁଛି, ଯେଭଳି ସେମାନଙ୍କୁ ଚିହ୍ନଟ କରିହେବ। ରିପୋର୍ଟ ଅନୁଯାୟୀ ,ଏହି ବାଇକଆରୋହୀ ପାଖରେ ସ୍ପୋଟସ୍ ବାଇକ ସହ ଲକଡ଼ାଉନ ସମୟରେ ରାସ୍ତା ଫାଙ୍କା କାରଣରୁ ଏମାନେ ଏପରି ରେସିଙ୍ଗ କରୁଛନ୍ତି। ବହୁ ଦିନ ହେବ ଏମାନେ ଏପରି କରୁଥିଲେ ମଧ୍ୟ ଜୟା ବଚ୍ଚନ ଏହାକୁ ଅଣଦେଖା କରୁଥିଲେ ମାତ୍ର ଏବେ ଏହା ଅତ୍ୟଧିକ ପରିମାଣରେ ହେବାରୁ ସେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

Comments are closed.