ଜିଲା ବିଜେଡି ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ : ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ଆଜି ଦେବଗଡ ଜିଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ସଂଧ୍ୟାରେ ସ୍ଥାନୀୟ ଲାଲୁସାହି ସ୍ଥିତ ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ପୂର୍ବତନ ନଗର ସଭାପତି କଜାମାକ୍ଷା ଗଙ୍ଗଦେବ, ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ,ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ ଓ ରିଆମାଳ ବ୍ଲକ ବିଜେଡି ସଭାପତି ବୈକୁଣ୍ଠ ପାଇକରାୟଙ୍କ ସମେତ ଦେବଗଡ ପୌରାଂଚଳର ୧୧ଟି ଯାକ ୱାର୍ଡ ସଭାପତି ମାନେ ଉପସ୍ଥିତ ରହି କ୍ୟାଣ୍ଡେଲ ଜାଳି ସହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେମାନେ ଚୀନ ସେନାର ବର୍ବରୋଚିତ କାଣ୍ଡକୁ ଦୃଢ ନିନ୍ଦା କରିବାସହ ଭାରତୀୟ ସେନାର ବଳିଦାନ ବ୍ୟର୍ଥ ହେବନାହିଁ ବୋଲି ପ୍ରକାଶ କରିଥିଲେ।

Comments
Loading...