ମାଓବାଦୀଙ୍କ ସହ ଗୁଳି ବିନିମୟରେ ୨ ଯବାନ ଶହୀଦ

ରାଞ୍ଚି : ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଶୁକ୍ରବାର ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଏହାବ୍ୟତୀତ ଗୁଳି ବାଜି ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ରାଞ୍ଚିରୁ ପ୍ରାୟ ୪୦ କିମି ଦୂରରେ ଅବସ୍ଥିତ ଦସମ୍‍ ଜଳପ୍ରପାତ ଥାନା ଅଞ୍ଚଳର ଏକ ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଏହା ଏକ ମାଓବାଦୀ ପ୍ରବଣ ଅଞ୍ଚଳ। ରାଞ୍ଚି ଏସଏସପି ଅନୀଶ ଗୁପ୍ତା, ଡିଆଇଜି ଏ.ଭି. ହୋମକରଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ୨ ଶହୀଦ ଯବାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସଲାମ୍‍ କରିଛନ୍ତି। ଏହାସହିତ ଖୁବଶୀଘ୍ର ଝାଡ଼ଖଣ୍ଡ ମାଓବାଦୀ ମୁକ୍ତ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ମାଓବାଦୀ ପ୍ରବେଶ କରିଥିବା ସେନା ଖବର ପାଇଥିଲା। ଏହାପରେ ସର୍ଚ୍ଚ ଅପରେସନ୍‍ ଆରମ୍ଭ ହୋଇଥିଲା।

Comments are closed.