ଅବସରପ୍ରାପ୍ତ ସୈନିକଙ୍କ ପରଲୋକ

0

ସୁଆଣ୍ଡୋ : ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାରତ ପକ୍ଷରୁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଂଶଗ୍ରହଣ କରି ଲଢେଇ କରିଥିବା ସୈନିକ ଦୀନବନ୍ଧୁ ଷଡଙ୍ଗୀଙ୍କ ୮୪ବର୍ଷ ବୟସରେ ନିଜସ୍ବ ବାସଭନରେ ବୁଧବାର ଅପରାହ୍ନରେ ପରଲୋକ ହୋଇଯାଇଛି । ପୁରୀଜିଲା ସତ୍ୟବାଦୀ ଆଦର୍ଶ ଗ୍ରାମ ନୂଆଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ସେନାବାହିନୀରୁ ଅବସର ନେଇ ଲୁଧିଆନାର ଗୋଟିଏ ଉଲେନ୍ କମ୍ପାନୀରେ ଚାକିରି କରିଥିଲେ । ତାଙ୍କର ଶେଷ ଜୀବନ ଗ୍ରାମରେ କଟିଥିଲା । ଗ୍ରାମରେ ଗଠନ ମୂଳକ କାର୍ଯ୍ୟକ୍ରମ ଗୁଡିକରେ ତାଙ୍କର ଅବଦାନ ବହୁତ ଥିଲା । ତାଙ୍କ ମୃତ୍ୟୁୂ ଖବର ପ୍ରଚାରିତ ହେବା ପରେ ଗ୍ରାମ ତଥା ସାକ୍ଷୀଗୋପାଳ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ । ବାର୍ଦ୍ଧକ୍ୟ ଜନିତ ତାଙ୍କର ସ୍ୱାଭାବିକ ପରଲୋକ ହୋଇଥିବା ଜଣାଯାଇଛି ।

Leave A Reply