ପୋଲ ତଳୁ ଯବାନଙ୍କ ମୃତ ଦେହ ଉଦ୍ଧାର

ଭବାନୀପାଟଣା : ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ – କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଶନିବାର ଜଣେ ଆଇଆରବି ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଦେହ ନିକଟରେ ଏକ ବାଇକ୍ ଥିବା ଦେଖାଯାଇଛି। ମୃତ ଯବାନ ଜଣଙ୍କ ଗୋଳମୁଣ୍ଡା ଅଞ୍ଚଳର ବିଶ୍ଵଜିତ ମଙ୍ଗରାଜ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.