ଟାଏକୋଣ୍ଡୋ ପ୍ରତିଯୋଗିତାରେ ୩ୟ ଶ୍ରେଣୀ ଛାତ୍ରଙ୍କ ସଫଳତା

କଟକ : ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଓପନ୍‍ ଟାଏକୋଣ୍ଡୋ ପ୍ରତିଯୋଗିତାର ୩୪ କିଲୋଗ୍ରାମରୁ କମ୍‍ ବିଭାଗରେ ସତ୍ୟସାଇ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ଆରୟନ୍‍ ଦାସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଜୁନିୟର, ସବ୍‍ଜୁନିୟର, ସିନିୟର, ଫ୍ରେଶର, ସୁପର ଜୁନିୟର ଏବଂ କ୍ୟାଡେଟ ଆଦି ଛଅଟି ବିଭାଗରେ ଅନୁଷ୍ଠିତ ହୋଇଥିଲା। ସେଥିରେ ୮ରୁ ୧୧ ବର୍ଷ ବୟସ ବଗଁରେ ଅଂଶଗ୍ରହଣ କରି ଆରୟନ୍ ଚମ୍ପିଆନ ହୋଇଥିଲେ। ଆରୟନ୍‍ଙ୍କର ଏହି ସଫଳତା ପାଇଁ ତାଙ୍କ ପ୍ରଶିକ୍ଷକ ସୁଦୀପ୍ତା ନନ୍ଦ ଏବଂ ଦିଲ୍ଲୀପ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.