ଜଟଣୀ ବିଏସ୍ଏଫ୍ କ୍ୟାମ୍ପର ୨ ଯବାନଙ୍କୁ କରୋନା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଜଟଣୀ ବିଏସ୍ଏଫ୍ କ୍ୟାମ୍ପ୍‌ରେ ୨ ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।

ଜଟଣୀ ବିଏସ୍ଏଫ୍ କ୍ୟାମ୍ପରୁ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ୍‌ ହୋଇଥିବା ବେଳେ ୨ ଜଣ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତ ଦୁଇ ଯବାନ କ୍ୱାରେଣ୍ଟିନ୍‌ରେ ଥିଲେ। ସ୍ୱାବ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।      ଦୁଇ ଯବାନ କ୍ବାରେଣ୍ଟାଇନରେ ଥିବାରୁ କ୍ୟାମ୍ପ ସାନିଟାଇଜ ହେବା ଦରକାର ନାହିଁ ବୋଲି କୁହାଯାଇଛି। କିନ୍ତୁ ସଂକ୍ରମିତ ୨ ଯବାନଙ୍କ ପୂର୍ବରୁ ରହୁଥିବା ରୁମ୍‌ର ଅନ୍ୟମାନଙ୍କର ୫ ଦିନ ପରେ ପୁଣି ଥରେ ସ୍ୱାବ୍‌ ଟେଷ୍ଟ କରାଯିବ ବୋଲି ଜିଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।

 

Comments are closed.