ଅଶ୍ବିନ-ଚହଲଙ୍କୁ ପଛରେ ପକାଇ ଯଶପ୍ରିତ ବୁମରା ହେଲେ ନମ୍ବର ୱାନ୍ ଭାରତୀୟ ବୋଲର

ପୁଣେ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ଶେଷ ହୋଇଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଦଳକୁ କମବ୍ୟାକ୍ କରିଥିବା ଯଶପ୍ରୀତ ବୁମରା ଜବରଦସ୍ତ ବୋଲିଂ କରିବା ସହ ଟି-୨୦ରେ ଏକ ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି। ବୁମରା ବର୍ତ୍ତମାନ ଟି-୨୦ କ୍ରିକେଟରେ ଭାରତର ନମ୍ବର ୱାନ ବୋଲର ହୋଇଯାଇଛନ୍ତି।

ବୁମରା ୪୫ ଟି-୨୦ରେ ୫୩ ୱିକେଟ ନେଇ ନମ୍ବର ୱାନ ଭାରତୀୟ ବୋଲର ପଦ ହାସଲ କରିଛନ୍ତି।ବୁମରାଙ୍କ ପରେ ଚହଲ ଏବଂ ଅଶ୍ବିନ ଯଥାକ୍ରମେ ୩୬ ଓ ୪୬ ଟି -୨୦ ମ୍ୟାଚ ଖେଳି ୫୨ ୱିକେଟ ନେଇଛନ୍ତି।

Comments are closed.