ଜାପାନ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ତାଙ୍କ ପ୍ରସ୍ତାବିତ ଭାରତ ଏବଂ ପିଲିପାଇନ୍ସ ଗସ୍ତକୁ ବାତିଲ କରିଦେଇଛନ୍ତି। ଜାପାନରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରେ ୟୋସିହିଦେ ୨ୟ ରାଷ୍ଟ୍ରମୁଖ୍ୟ ଭାବେ ତାଙ୍କ ଭାରତ ଗସ୍ତ ବାତିଲ କରିଛନ୍ତି।

ଏପ୍ରିଲ ଶେଷ ଆଡକୁ ୟୋଶିହିଦେ ଭାରତ ଗସ୍ତରେ ଆସିବାର ଥିଲା। କିନ୍ତୁ ଜାପାନରେ କରୋନା ଭୂତାଣୁର ୨ୟ ତରଙ୍ଗ ଭୟଙ୍କର ରୂପେ ବ୍ୟାପୁଥିବାରୁ ସେ ଏହି ଗସ୍ତକୁ ବାତିଲ କରିଛନ୍ତି। ଦେଶରେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ଵ ଦେଉଛନ୍ତି।

Comments are closed.