ଜାପାନାର ୧୨୬ ତମ ରାଜା ହେଲ ନାରୁହିଟୋ

ଟୋକିଓ : ରାଜକୁମାର ନାରୁହିଟୋ ଜାପାନାର ନୂଆ ରାଜା ହୋଇଛନ୍ତି। ତେବେ ବୁଧବାର ଜାପାନ ରୀତିନୀତି ଅନୁଯାୟୀ ସେ ଅଧିକାରୀକ ଭାବେ ରାଜା ପଦରେ ଅଭିଷିକ୍ତ ହେବେ। ନାରୁହିଟୋଙ୍କ ବାପା ତଥା ୮୫ ବର୍ଷିୟ ରାଜା ଆକିହିଟୋ ମଙ୍ଗଳବାର ନିଜ ରାଜ ପଦ ତ୍ୟାଗ କରିଛନ୍ତି। ସେ ଦୀର୍ଘ ୩ ଦଶନ୍ଧୀ ଧରି ଜାପାନାର ରାଜା ପଦରେ ଅଭିଷିକ୍ତ ଥିଲେ। ଏବେ ତାଙ୍କ ସ୍ଥାନରେ ରାଜକୁମାର ନାରୁହିଟୋ ଜାପାନାର ନୂଆ ରାଜା ହୋଇଛନ୍ତି । ବୁଧବାର ମଧ୍ୟରାତ୍ରିରେ ରାଜକୀୟ ସମାରୋହରେ ତାଙ୍କ ରାଜଅଭିଷେକ ହେବ। ରିପୋର୍ଟ ମୁତାବକ ଏହି ସମାରୋହ ଉତ୍ସବ ମାତ୍ର ୧୦ ମିନିଟ୍‍ ପର୍ଯ୍ୟନ୍ତ ଚାଲିବ।
ରାଜକୁମାର ନାରୁହିଟୋଙ୍କ ଶାସନକାଳ ‘ରିୱା’ ନାମରେ ଜଣାଯିବ। ୫୯ ବର୍ଷିୟ ନାରୁହିଟୋ ଜାପାନର ୧୨୬ତମ ରାଜା ହେବାର ଗୌରବ ଲାଭ କରିଛନ୍ତି । ତାଙ୍କ ବାପା ଆକିହିଟୋ ତାଙ୍କୁ ବିଶ୍ୱର ସର୍ବପୁରାତନ ରାଜତନ୍ତ୍ରର ଭାର ପ୍ରଦାନ କରିଛନ୍ତି । ଜାପାନର ୨୦୦ ବର୍ଷ ଇତିହାସରେ ପ୍ରଥମର ଥର ଜଣେ ରାଜା ସ୍ୱୟଂ ଭାବେ ନିଜ ପଦ ତ୍ୟାଗ କରିଛନ୍ତି। ‘ରିୱା ଯୁଗ’ ଅର୍ଥ ହେଲା ‘ସୁନ୍ଦର ସଂଗୀତ। ନାରୁହିଟୋଙ୍କ ଶାସନକାଳ ଏହି ନାମରେ ଜଣାଯିବ। ନାରୁହିଟୋଙ୍କ ପିତା ଆକିହିଟୋ ୧୯୮୯ରେ ଜାପାନର ରଜଗାଦିରେ ଅଭିଷିକ୍ତ ହୋଇଥିଲେ।

Comments are closed.