ହାଇ-ଟେକ୍ ଜୋତା

# ଜାପାନର ଏକ ନାମୀ କମ୍ପାନୀ ଅତ୍ୟାଧୁନିକ ହାଇ-ଟେକ୍ ଜୋତା ତିଆରି କରିଛି, ଯାହାକୁ ବିଶ୍ବସ୍ତରରେ ପ୍ରଶଂସିତ କରାଯାଇଛି। କମ୍ପାନୀ ମୁଖ୍ୟ ନିକ୍‌‌ଙ୍କ କହିବାନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜୋତା ହୋଟେଲରେ ବ୍ୟବହାର କରାଯିବ। ଜୋତାକୁ ଆପଣ ଯେଉଁଠି ରଖିଥିଲେ ମଧ୍ୟ ତାହା ହଜିବ ନାହିଁ। କାରଣ ଏଥିରେ ଲାଗିଥିବା ସେନ୍‌ସର୍‌ ସହାୟତାରେ ଜୋତା କେଉଁଠି ଅଛି, ଜଣାପଡ଼ିଯିବ। ଅନ୍ୟପାଖେ ଜୋତାକୁ ଆପଣ ଯଦି ଖଟ ପାଖରେ ରଖୁଛନ୍ତି, ତେବେ କିଛି ସମୟ ପରେ ଜୋତାଟି ଆପେଆପେ ଷ୍ଟାଣ୍ଡ ପାଖକୁ ଚାଲିଯିବ। ଜୋତାରେ ଦୁଇଟି ଛୋଟଛୋଟ ଚକ ମଧ୍ୟ ଲାଗିଛି। ପ୍ରୋ-ପାଇଲଟ୍ ଜ୍ଞାନକୌଶଳରେ ଜୋତାଟି ଚାଲୁଥିବାର କମ୍ପାନୀ ମୁଖ୍ୟ ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର ଏହି ଜୋତା ବଜାରରେ ଉପଲବ୍ଧ ହେବ ଓ ଏହାର ମୂଲ୍ୟ ୨୦ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

Comments are closed.