ସାମୁଦ୍ରିକ ଝଡ଼ ‘ଜେବି’: ପଶ୍ଚିମ ଜାପାନରେ ବ୍ୟାପକ କ୍ଷୟକ୍ଷତି, ୯ ମୃତ

0
ଟୋକିଓ :  ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ ଝଡ଼ ‘ଜେବି’  ପ୍ରଭାବରେ ଜାପାନ୍‍ରେ  ୯ ଜଣଙ୍କର ମୃତ୍ୟୁ ଘଟିଛି। ସାମୁଦ୍ରିକ ଝଡ଼ ଯୋଗୁଁ ଦେଶର ପଶ୍ଚିମ ଜାପାନ ସଂମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସେହି ଅଞ୍ଚଳରେ ଥିବା କ୍ୟୁଟୋ ଏବଂ ଓସାକା ଭଳି  ବଡ଼ ବଡ଼ ନଗରୀଗୁଡ଼ିକ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିମାନ, ଟ୍ରେନ୍‍ ଓ ନୌଚଳାଚଳକୁ ବାତିଲ କରାଯାଇଛି। ଓସାକା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଅଟକି ରହିଛନ୍ତି। ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ଚାଲିଯିବାପାଇଁ ୧୦ ଲକ୍ଷ ୨୦ ହଜାର ଲୋକଙ୍କୁ ପରାମର୍ଶ ଦିଆଯାଇଛି।  ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ତୁରନ୍ତ ନିରାପଦ ସ୍ଥାନକୁ ଯିବାପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ଏବଂ ସେମାନଙ୍କର ଘରଦ୍ୱାର ସୁରକ୍ଷିତ ରଖିବାଲାଗି ସରକାର ସବୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।  ୧୯୯୩ ପରେ  ‘ଜେବି’ ସବୁଠୁ ବଡ଼ ସାମୁଦ୍ରିକ ଝଡ଼ ବୋଲି କୁହାଯାଉଛି।

 

Leave A Reply