ଛୁଆ ଦିନେ ଅଦ୍ଭୁତ କାର୍ଯ୍ୟ କରୁଥିଲେ ଜାନଭୀ କାପୁର!

0

ମୁମ୍ବଇ : ନିଜର ପ୍ରଥମ ଚଳଚ୍ଚିତ୍ର ଧଡକର ପ୍ରଚାର ବେଳେ ବଲିଉଡ ଅଭିନେତ୍ରୀ ଜାନଭୀ କାପୁର ନିଜ ଜୀବନର ଏକ ବଡ଼ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଜାନଭୀ ନିକଟରେ ବମ୍ବେ ଟାଇମ୍ସକୁ ସାକ୍ଷାତକାର ଦେବା ଅବସରରେ କହିଥିଲେ ଯେ ମୁଁ କେବେ ବି ଅଭିନେତ୍ରୀ ହେବାକୁ ଚିନ୍ତା କରିନଥିଲି। ମୋ ସାଙ୍ଗ ମାନେ ଭାବୁଥିଲେ ମୁଁ ମାନସିକ ରୋଗରେ ଶିକାର ଅଛି। କାରଣ ମୁଁ ମୋ ସାଙ୍ଗ ମାନଙ୍କୁ ଅଦ୍ଭୁତ କାହାଣୀ ଶୁଣାଉଥିଲି। ବିଳମ୍ବିତ ରାତିରେ ବେଲି ଡ୍ୟାନ୍ସ ଶିଖାଇବା ପାଇଁ ମୁଁ ମୋ ସାଙ୍ଗ ମାନଙ୍କୁ ଫୋନ କରି ମୋ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରୁଥିଲି। ବିଭିନ୍ନ ସମୟରେ ସାଙ୍ଗମାନଙ୍କ ଘରେ ରହି ମା’ଙ୍କୁ ଫୋନ କରି ଡରାଉଥିଲି। ଏହି ସବୁ କାମ ଦେଖି ମୋ ସାଙ୍ଗମାନେ ଭାବନ୍ତି ମୁଁ ମାନସିକ ରୋଗରେ ପୀଡ଼ିତ।
ଜୁଲାଇ ୨୦ ତାରିଖରେ ଜାନଭୀଙ୍କ ଧଡକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଜାନଭୀଙ୍କ ବିପକ୍ଷରେ ଇଶାନ ଖଟ୍ଟରଙ୍କୁ ଦେଖିବାକୁ ମିଳିବ।

Leave A Reply