ଆଜି ପବିତ୍ର ଜନ୍ମାଷ୍ଟମୀ : ଏହି ସରଳ ଉପାୟରେ କରନ୍ତୁ ପୂଜାର୍ଚ୍ଚନା

ଆଜି ପବିତ୍ର ଜନ୍ମାଷ୍ଟମୀ। ଚଳିତ ବର୍ଷ ୧୧ ଓ ୧୨ ଉଭୟ ଦୁଇ ଦିନ ଜନ୍ମାଷ୍ଟମୀର ମୁହୂର୍ତ ରହିଛି। ଗୃହସ୍ଥ ଓ ପାରିବାରିକ ଲୋକେ ଆଜି ଜନ୍ମାଷ୍ଟମୀର ବ୍ରତ ରଖୁଛନ୍ତି। ଜାଣନ୍ତୁ କିଭଳି ଆଜି ପ୍ରଭୁଙ୍କ ଶୃଙ୍ଗାର କରିବେ ଓ ଭୋଗ ଲଗାଇବେ ….
– ପ୍ରଭୁଙ୍କୁ ଅଧିକରୁ ଅଧିକ ଫୁଲ ଅର୍ପଣ କରନ୍ତୁ। ହଳଦିଆ ରଙ୍ଗର ବସ୍ତ୍ର , ଚନ୍ଦନ ଲଗାଇ ପ୍ରଭୁଙ୍କୁ ସଜାନ୍ତୁ। କୌଣସି କଳା ରଙ୍ଗର ଜିନିଷ ଆଦୌ ବ୍ୟବହାର କରନ୍ତୁ ନାହିଁ। ଧୂପ ,ଦୀପ ଅର୍ପଣ କରନ୍ତୁ।
– ଆଜି ଭୋଗରେ ପଂଚାମୃତ ଅର୍ପଣ କରନ୍ତୁ। ସେଥିରେ ତୁଳସୀ ନିଶ୍ଚୟ ପ୍ରୟୋଗ କରନ୍ତୁ। ଖୁଆ, ଲହୁଣୀ , ମିଶ୍ରି ଭୋଗ ଲଗାନ୍ତୁ।
ଆପଣ ନିଜେ ମଧ୍ୟ ଦିନରେ ସାତ୍ୱିକ ଭୋଜନ ଗ୍ରହଣ କରନ୍ତୁ।

Comments are closed.