ପ୍ରଭୁ କୃଷ୍ଣଙ୍କୁ ପ୍ରିୟ ବଂଶୀ ଓ ଏହି ଜିନିଷ

ଜନ୍ମାଷ୍ଟମୀ ଉତ୍ସବ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ରୂପରେ ପାଳନ କରାଯାଏ। ପ୍ରଭୁଙ୍କ ନିକଟରେ ଏପରି କିଛି ଜିନିଷ ରହିଛି ଯାହା ସର୍ବ ସାଧାରଣଙ୍କ ପାଇଁ ବହୁ କିଛି ସନ୍ଦେଶ ଦେଇଥାଏ।
ବଂଶୀ – ପ୍ରଭୁ କୃଷ୍ଣ ସବୁ ସମୟରେ ନିଜ ପାଖରେ ବଂଶୀ ରଖିଥାଆନ୍ତି। ପ୍ରେମ ଓ ଶାନ୍ତିର ସନ୍ଦେଶ ଦେଉଥିବା ବଂଶୀ ପ୍ରଭୁଙ୍କର ଶକ୍ତି। ବଂଶୀ ଖୁସି, ଆକର୍ଷଣର ପ୍ରତୀକ ବୋଲି କୁହାଯାଏ। ଏହାର ମଧୁର ଧ୍ୱନି ସଭିଁଙ୍କ ମନକୁ ଖୁସିରେ ଭରିଦିଏ। ବଂଶୀର ଧ୍ୱନିରୁ ଉତ୍ପନ ହେଉଥିବା ଧ୍ୱନି ନକରାତ୍ମକ ଶକ୍ତିକୁ ଦୂର କରିଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥ।।ଏ। ମନରେ ଆନନ୍ଦ ଅନୁଭବ ହୋଇଥାଏ। ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବଂଶୀ ଅତ୍ୟନ୍ତ ପ୍ରିୟ। ବଂଶୀରେ ୩ଟି ଗୁଣ ରହିଛି। ପ୍ରଥମ ବଂଶୀରେ ଗଣ୍ଠି ନଥାଏ। ଯାହାର ଅର୍ଥ ନିଜ ଭିତରେ କୌଣସି ଗଣ୍ଠି ରଖିବା ଉଚିତ ନୁହେଁ। ଅର୍ଥାତ ମନରେ କୌଣସି ପ୍ରତିଶୋଧର ଭାବନା ରଖିବା ଉଚିତ ନୁହେଁ।
ଏହାକୁ ନବଜାଇବା ଯାଏ ଏହା ବାଜେ ନାହିଁ। ଅର୍ଥାତ ଯେଉଁ ଯାଏଁ ଆବଶ୍ୟକ ପଡ଼ିନି ସେ ଯାଏଁ କହିବା ଉଚିତ ନୁହେଁ। ୩ୟ ଏହା ସର୍ବଦା ମିଠା ଧ୍ୱନି ଦେଇଥାଏ। ଅର୍ଥାତ ମିଠା କଥା କହିବା ଉଚିତ।
ଗାଈ – ଗାଈ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କର ଖୁବ ପ୍ରିୟ। ଏହାର କାରଣ ହେଉଛି ଗୋ ମାତାଙ୍କୁ ପୃଥବୀଙ୍କର ପ୍ରତୀକ ବୋଲି କୁହାଯାଏ। ଗାଈଙ୍କର ଠାରେ ପ୍ରତ୍ୟେକ ଦେବୀଦେବତା ବାସ କରନ୍ତି। ଗାଈଙ୍କ ଠାରୁ ମିଳୁଥିବା ପ୍ରତ୍ୟେକ ଜିନିଷ କ୍ଷୀର,ଘିଅ, ଗୋବର, ଗୋମୂତ୍ର ଆଦି ମିଳିଥାଏ। କ୍ଷୀର ଦ୍ୱାରା ଶରୀରକୁ ଖୁବ ଲାଭ ମଧ୍ୟ ମିଳିଥାଏ।
ମୟୁରପୁଚ୍ଛ – ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମୟୁରପୁଚ୍ଛ ସମସ୍ତ ଗ୍ରହ ଦୋଷ ଦୂର କରିଥାଏ। ଏହା ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ସମସ୍ତ ଦେବୀଦେବତା ଏଥିରେ ବାସ କରନ୍ତି ବୋଲି କୁହାଯାଏ।
ପଦ୍ମ – ପଦ୍ମ ଫୁଲ କୃଷ୍ଣଙ୍କୁ ଖୁବ ପ୍ରିୟ। ପଦ୍ମ କାଦୁଅରେ ହେଲେ ମଧ୍ୟ ଏହା କାହୁଅରୁ ସମ୍ପୂର୍ଣ୍ଣ ଅଲଗା। ଏହାର ବାସ୍ନା ଓ ରୂପ ସଭିଁଙ୍କ ମନକୁ ଆନନ୍ଦରେ ଭରି ଦେଇଥାଏ।
ଲହୁଣୀ ମିଶ୍ରି – ପ୍ରଭୁଙ୍କୁ ଲହୁଣୀ ଓ ମିଶ୍ରି ଖୁବ ପ୍ରିୟ। ଲହୁଣୀରେ ମିଶ୍ରି ମିଶାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ।

Comments are closed.