ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ରାଶି ଅନୁଯାୟୀ ଶୁଭଫଳ

ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବ ୧୧-୧୨ ଅଗଷ୍ଟ। ତିଥି ଅନୁଯାୟୀ ଜନ୍ମାଷ୍ଟମୀ ୧୧ ଅଗଷ୍ଟ ସକାଳ ୦୯:୦୭ରୁ ଆରମ୍ଭ ହୋଇ ପରଦିନ ସକାଳ ୧୧:୧୭ ଯାଏଁ ରହିଛି। ଚଳିତ ବର୍ଷର ଜନ୍ମାଷ୍ଟମୀ ସମସ୍ତ ରାଶି ପାଇଁ ଶୁଭଫଳ ଦେଉଥିଲେ ମଧ୍ୟ ମେଷ,କର୍କଟ,ସିଂହ, ଧନୁ ଓ ମୀନ ରାଶି ପାଇଁ ଅଧିକ ଲାଭଦାୟକ। ଜାଣନ୍ତୁ…….
ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ। ଧନସମ୍ପତି ଲାଭ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଭାଗ୍ୟ ୯୦% ଉତମ। ଏହି ଦିନ ଆପଣଙ୍କ ପାଇଁ ଶୁଭରଙ୍ଗ ହଳଦିଆ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ନିକଟ ସ୍ଥାନକୁ ଯାତ୍ରା କରିପାରନ୍ତି। ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ଅଯଥାରେ କଥା ଚିନ୍ତା କରନ୍ତୁ ନାହିଁ। ଭାଗ୍ୟ ୬୦% ଉତମ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଓ ବେପାରରେ ଥିବା ସମସ୍ୟା ଦୂର ହେବ। ଅଳ୍ପ ଚିନ୍ତା ସୃଷ୍ଟି ହୋଇପାରେ। ଆପଣଙ୍କ ପାଇଁ ଶୁଭରଙ୍ଗ ସବୁଜ। ଭାଗ୍ୟ ୭୦% ଉତମ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସକରାତ୍ମକ ଯୋଗ ରହିଛି। ସମସ୍ୟା ଦୂର ହେବ। ଶୁଭ ରଙ୍ଗ ଆକାଶୀ, ଭାଗ୍ୟ ୮୦% ଉତମ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ। କରଜରେ ଦେଇଥିବା ଧନ ମିଳିବ। ଶୁଭ ରଙ୍ଗ ପାଉଁଶିଆ। ଭାଗ୍ୟ ୭୫% ଉତମ।
କନ୍ୟା – ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। ଭଗବାନ କୃଷ୍ଣଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ। ଭାଗ୍ୟ ୫୫% ଉତମ।
ତୁଳା – କର୍ମକ୍ଷେତ୍ରରେ ବୃଦ୍ଧି ହେବ। ଜଲଦି ଜଲଦି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଶୁଭରଙ୍ଗ ଗୋଲାପି। ଭାଗ୍ୟ ୭୦% ଉତମ।
ବିଛା – ଧନ ସମ୍ପତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟସ୍ତତା ମଧ୍ୟରେ ସମୟ କଟିବ। ଧୀର ସ୍ଥିର ସହ କଥା ହୁଅନ୍ତୁ। ଶୁଭରଙ୍ଗ ଧଳା। ଭାଗ୍ୟ ୬୫% ଉତମ।
ଧନୁ – କର୍ମକ୍ଷେତ୍ରରେ ଶୁଭଫଳ ମିଳିବ। ଶୁଭ ଖବର ମିଳିବ। ଶୁଭରଙ୍ଗ ହଳଦିଆ। ଭାଗ୍ୟ ୭୫% ଉତମ।
ମକର – ଭାଗ୍ୟ ୬୦% ଉତମ। ଶୁଭରଙ୍ଗ ହଳଦିଆ। ଦେଖି ଚାହିଁ କାର୍ଯ୍ୟ କରନ୍ତୁ।
କୁମ୍ଭ – ଧନ ଜନିତ ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଉତମ ରହିବ। ଜୀବନସାଥିଙ୍କ ସହ ଉତମ ସମୟ ଅତିବାହିତ ହେବ। ଶୁଭ ରଙ୍ଗ ନୀଳ। ଭାଗ୍ୟ ୭୦% ଉତମ।
ମୀନ – ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ଧନ ପ୍ରାପ୍ତି ହେବ। ଶୁଭ ରଙ୍ଗ ଆକାଶୀ । ଭାଗ୍ୟ ୮୦% ଭଲ।

Comments are closed.